ମହାନଦୀରେ ନାହିଁ ବନ୍ୟା ସ୍ଥିତି, ହେଲେ ବଢ଼ିବ ଜଳପ୍ରବାହ

1 min read

ନନ୍ଦିଘୋଷ ବ୍ୟୁରୋ: ମହାନଦୀରେ ନାହିଁ ବନ୍ୟା ପରିସ୍ଥିତି । ମହାନଦୀରେ ବନ୍ୟା ପରିସ୍ଥିତି ନଥିଲେ ବି ବଢିବ ଜଳ ପ୍ରବାହ । ହୀରାକୁଦ ଓ ଖଇରମାଳ ଉପରେ ଗତକାଲି ବର୍ଷା ହୋଇନି । ଆଜି ମଧ୍ୟ ମୁଣ୍ଡଳିରେ ବର୍ଷାର ସମ୍ଭାବନା ନାହିଁ । ହେଲେ ଆସନ୍ତାକାଲି ସକାଳ ୮ ଟାରୁ ୧୦ ଟା ଭିତରେ ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ ପାଣି ଆସିବ । ଯାହା ଦ୍ବାରା ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବ । ବର୍ତ୍ତମାନ ହୀରାକୁଦର ୨୦ଟି ଗେଟ ଖୋଲା ଅଛି । ହୀରାକୁଦ ଜଳସ୍ତର ବର୍ତ୍ତମାନ 629.06 ଫୁଟ୍ ଥିବାବେଳେ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ ଲକ୍ଷ ୮୪ ହଜାର 1୨୭ ଘନଫୁଟ ବନ୍ୟାଜଳ । ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ୩ ଲକ୍ଷ ୬୦ ହଜାର 3୪୧ ଘନଫୁଟ ବନ୍ୟାଜଳ । ଅନ୍ୟପଟେ ରେଙ୍ଗାଲିର ଗୋଟିଏ ଗେଟ ଦେଇ ୨୨ ଶହ ୪୭ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଏହା ଆଜି ସନ୍ଧ୍ୟା ସୁଦ୍ଧା ବଢିବ । ପ୍ରଭାବରେ ଆସନ୍ତାକାଲି ଦକ୍ଷିଣ ଓଡିଶାରେ ଆସିପାରେ ବନ୍ୟା । ଏନେଇ ସୂଚନା ଦେଇଛନ୍ତି ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।

ସେପଟେ ଲଗୁଚାପ ବର୍ଷାକୁ ନେଇ ବି ସ୍ବତନ୍ତ୍ର ରିଲିଫ୍ କମିଶନର  ଭିଡିଓ କନଫରେନିଂ ମାଧ୍ଯମରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ ନୂଆପଡାର ଜିଲ୍ଲାପାଳମାନଙ୍କ ସହିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ୱନ୍ଧରେ ଆଲୋଚନା କରିଛନ୍ତି । ବୈଠକରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଭାରତ ପାଣିପାଗ ବିଭାଗର ନିର୍ଦ୍ଦେଶିକା, OSDMAର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ତଥା ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଶେଷ ଭାବରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା କୋରାପୁଟ ଓ ମାଲକାନାଗିରି ସହିତ ଅନ୍ୟାନ୍ୟ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଆବଶ୍ୟକ ସ୍ଥଳେ ଅଗ୍ନିଶମ ବାହିନୀ ଓ ODRAF ଦଳଗୁଡ଼ିକୁ ନିୟୋଜିତ କରିବାକୁ ପରାମର୍ଶ ଦିଆଯାଇଛି ।

ନଜର ପକାନ୍ତୁ