spot_img

Latest Posts

ଓଡ଼ିଶାରେ ତେଲର ଅଭାବ ନାହିଁ, ପାନିକ ହୁଅନ୍ତୁନି: ଯୋଗାଣ ମନ୍ତ୍ରୀ

ଓଡ଼ିଶାରେ ତେଲର ଅଭାବ ନାହିଁ, ପାନିକ ହୁଅନ୍ତୁନି: ଯୋଗାଣ ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ:  ଦେଶ କିମ୍ବା ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ । ଓଡ଼ିଶାରେ ବହୁ ପରିମାଣରେ ତୈଳ ମହଜୁଦ ଅଛି । ପାନିକ ହୋଇ ଅଧିକ କିଣି ଘରେ ହୋର୍ଡିଂ କରିବାର ଆବଶ୍ୟକ ନାହିଁ ବୋଲି ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ସେ କହିଛନ୍ତି, ଯୁଦ୍ଧ ନେଇ ବିଭ୍ରାନ୍ତିକର ଖବର ପରିବେଷଣ ହେଉଛି । ଛାନିଆ ନହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେଲ ଟାଙ୍କିରେ ଗାଡି ନେଇ ତେଲ ପକାନ୍ତୁ । ବ୍ୟାରେଲରେ ନେଇ ଘରେ ଗଚ୍ଛିତ ରଖନ୍ତୁ ନାହିଁ । ରୁଷିଆରୁ ତେଲ ଆସିବା ଆରମ୍ଭ ହେଲାଣି । ଯେଉଁଠି ଲାଇନ ଲାଗିଛି ସେଠି ଏପରି ଖବରରେ ଛାନିଆ ହୋଇଥିବାରୁ ହୋଇଛି । ଦରକାର ପଡିଲେ ଆକ୍ସନ ନିଆଯିବ ।

ନିତ୍ୟ ବ୍ୟବହାର ପଦାର୍ଥ, ଖାଦ୍ୟ, ଚାଉଳ ବି ଅଭାବ ନାହିଁ ବୋଲି ମନ୍ତ୍ରୀ କହିବା ସହ ଦର ବୃଦ୍ଧିର କାରଣ କିନ୍ତୁ କହିନାହାଁନ୍ତି ମନ୍ତ୍ରୀ । କିନ୍ତୁ ଦର ବୃଦ୍ଧି ଘଟିଛି ବୋଲି ସ୍ବୀକାର କରିବା ସହ ଏହା ସାମୟିକ । ବିଭିନ୍ନ ସମୟରେ ଦର ଉପର ତଳ ହୋଇଥାଏ ବୋଲି ଯୁକ୍ତି ବାଢିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Latest Posts

Don't Miss