ଅଗଷ୍ଟ ୧୫ ଠାରୁ SBI ଗ୍ରାହକଙ୍କ ପାଇଁ ବଦଳିଯିବ ଏହିସବୁ ନିୟମ
1 min read
ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୫ ତାରିଖ ଠାରୁ ଏସବିଆଇ ଗ୍ରାହକଙ୍କ ପାଇଁ ଅନେକ ନିୟମ ବଳିବାକୁ ଯାଉଛି । ତେଣୁ ଆପଣ ଯଦି ଜଣେ ଏସବିଆଇ ଗ୍ରାହକ, ତେବେ ଏନେଇ ଆପଣମାନେ ସତର୍କ ହେବା ନିହାତି ଆବଶ୍ୟକ । ବ୍ୟାଙ୍କ ପକ୍ଷରୁ IMPS ମାଧ୍ୟମରେ ଅନଲାଇନ୍ ଟଙ୍କା ପଠାଇବା ନିୟମ ପରିବର୍ତ୍ତନ କରାଯାଇଛି । ଆସନ୍ତାକାଲି ଠାରୁ ଏଥିପାଇଁ ଚାର୍ଜ ନିଆଯିବ । ଏହି ପରିବର୍ତ୍ତନ ରିଟେଲ ଗ୍ରାହକଙ୍କ ପାଇଁ ଲାଗୁ ହେବ । ସେହିପରି କର୍ପୋରେଟ ଗ୍ରାହକଙ୍କ ପାଇଁ ଏହା ସେପ୍ଟେମ୍ବର ୮ରୁ ଲାଗୁ ହେବ । ଏସବିଆଇର ଏହି ନିୟମ ପରିବର୍ତ୍ତନ ଫଳରେ ପାଖାପାଖି ୪୦ କୋଟି ଗ୍ରାହକ ପ୍ରଭାବିତ ହେବେ ।
ସାଧାରଣ ଭାବେ ଫଟାଫର ଅନଲାଇନ ଟଙ୍କା ପଠାଇବା ପାଇଁ IMPSର ବ୍ୟବହାର କରାଯାଇଥାଏ । ମାତ୍ର ଏହି ନିୟମ ପରିବର୍ତ୍ତନ ଫଳରେ ଗ୍ରାହକଙ୍କୁ କିଛି ଚାର୍ଜ ଦେବାକୁ ପଡ଼ିପାରେ । ଛୋଟ ଛୋଟ କାରବାର ପାଇଁ କୌଣସି ଚାର୍ଜ ଲାଗିବ ନାହିଁ । ୨୫ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକସନ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ । ଇଣ୍ଟରନେଟ ବ୍ୟାଙ୍କ ବା YONO ଆପରେ ୨୫ ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ କୌଣସି ଚାର୍ଜ ଲାଗିବ ନାହିଁ । ଏହି ରାଶିଠାରୁ ଅଧିକ ଟ୍ରାନ୍ସଫର କଲେ ଶଳ୍କ ଦେବାକୁ ପଡ଼ିବ । ତେବେ ଏହି ଶୁଳ୍କ କେବଳ ଅନଲାଇନ (ଇଣ୍ଟରନେଟ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ) ପାଇଁ କେବଳ ଲାଗୁ ହେବ । ତେବେ ବ୍ରାଞ୍ଚ ଟ୍ରାଞ୍ଜାକସନ ପାଇଁ ଅଲଗା ନିୟମ ରହିଛି ।