ଥାନାରେ ଥାର୍ଡ ଡିଗ୍ରୀ ମାମଲା, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆଇଜି

ପିପିଲି: ଥାନାରେ ଅଭିଯୁକ୍ତଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆଇଜି । ଯଦି ଘଟଣା ସତ ହୋଇଥାଏ ତେବେ ପରିସ୍ଥିତି ସାଂଘାତିକ ହେବ ବୋଲି ଆଶଙ୍କା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଯଦି ଅଭିଯୋଗ ସତ ହୁଏ ତେବେ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ।

ପୋଲିସର ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ମଣିଷ ପଣିଆ ଭୁଲିଯାଉଛନ୍ତି ଖୋଦ୍‌ ପୋଲିସ ବାବୁମାନେ । ଥାନାରେ ଅଭିଯୁକ୍ତଙ୍କ ପ୍ରତି ଏମିତି ବ୍ୟବହାର କରୁଛନ୍ତି ଯେମିତି ସେ ମଣିଷ ନୁହେଁ କୋଉ ପଶୁ । ବିନା ଉପରିସ୍ଥ ଅଧିକାରୀଙ୍କ ଅନୁମତିରେ ପିପିଲି ଥାନାରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି । ଆଉ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ, ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ନେଇ ଅଭିଯୋଗ ହେବା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ରାଞ୍ଚଳ ଆଇଜି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଗଣମାଧ୍ୟମ ଖବରକୁ ଆଧାର କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି । ୧୯ ତାରିଖରେ ପିପିଲି ଥାନାରେ ଅଭିଯୁକ୍ତଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ୫ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ସେମାନଙ୍କୁ ଏବେ କଟକ ଏସସିବିରେ ଚିକିତ୍ସା କରାଯାଉଛି ।

Leave a Reply