ବିଶ୍ୱର ସୁରକ୍ଷିତ ବିଲଡିଙ୍ଗ୍‌, ଯେଉଁଠାକୁ ପ୍ରବେଶ କରିବା ଅସମ୍ଭବ

ନୂଆଦିଲ୍ଲୀ:   କୌଣସି ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ଭବନକୁ ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ହୋଇଥାଏ । କିନ୍ତୁ କୁହାଯାଏଯେ ଦୁନିଆରେ ଏଭଳି କିଛି ସୁରକ୍ଷିତ ବିଲଡିଙ୍ଗ୍‌ରହିଛି ଯାହା ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀଙ୍କ ଭବନଠାରୁ ସମ୍ପୂର୍ଣ୍ଣ ଭିନ୍ନ । ନା ତାହା କୌଣସି ନେତାଙ୍କ ଭବନ ନା କୌଣସି ପ୍ରମୁଖ ବ୍ୟକ୍ତିଙ୍କ ଆବାସ । ଆମେରିକା ସ୍ଥିତ ଫୋର୍ଟ ନକ୍ସ ନାମକ ବିଲଡିଙ୍ଗ୍‌ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ । କିନ୍ତୁ ଏହାକୁ କାହିଁକି ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଏ? କ’ଣ ରହିଛି ଏହାର ବିଶେଷତ୍ତ୍ୱ?
ଆମେରିକାର କେଣ୍ଟୁକୀ ରାଜ୍ୟରେ ନିର୍ମିତ ଫୋର୍ଟ ନକ୍ସ ବିଲଡିଙ୍ଗ୍‌ଏକ ଗୋଲ୍ଡ ରିଜର୍ଭ । ଏଠାରେ ପ୍ରାୟ ୪୨ ଲକ୍ଷ କିଲୋ ସୁନା ରଖାଯାଇଛି । ଏହା ବ୍ୟତୀତ ଏଠାରେ ଆମେରିକାର ସ୍ୱାଧୀନତାର ବାସ୍ତବ ଘୋଷଣା ପତ୍ର, ଗୁଟେନବର୍ଗର ବାଇବେଲ ଏବଂ ଆମେରିକା ସମ୍ବିଧାନର ଅସଲ କପିଭଳି ଗୁରୁତ୍ୱପୂର୍ଣ୍ଣ ଜିନିଷ ସୁରକ୍ଷିତ ଭାବରେ ରଖାଯାଇଛି । ଏଥିପାଇଁ ଏହାର ରକ୍ଷଣବେକ୍ଷଣା ଦାୟିତ୍ୱ ୟୁନାଇଟେଡ୍‌ଷ୍ଟେଟ୍‌ ଡିପାର୍ଟମେଣ୍ଟ ଅଫ୍‌ଟ୍ରେଜରୀ ଉପରେ ନ୍ୟସ୍ତ ରହିଛି ।

କୁହାଯାଏ ଆମେରିକାର ଅଧାରୁ ଅଧିକ ସୁନା ଏହି ସ୍ଥାନରେ ରଖାଯାଇଛି । ସୁନା ଭଣ୍ଡାରକୁ ସୁରକ୍ଷିତ ରଖିବା ପାଇଁ ୧୯୩୬ ମସିହାରେ ଏହାକୁ ନିର୍ମାଣ କରାଯାଇଥିଲା । ଏହି ବିଲଡିଙ୍ଗର ସୁରକ୍ଷା ପାଇଁ ଏହାର କାନ୍ଥକୁ ମୋଟା ଗ୍ରାନାଇଟରେ ଆଚ୍ଛାଦିତ କରାଯାଇଛି । କିନ୍ତୁ ଏହା ଏଭଳି ସେଭଳି କାନ୍ଥ ନୁହେଁ, ଏଥିରେ କରେଣ୍ଟର ବ୍ୟବସ୍ଥା ରହିଛି । ଅର୍ଥାତ୍‌ଏହାକୁ ଛୁଇଁବାମାତ୍ରେ କରେଣ୍ଟ ମାରିବ । କେବଳ ସେତିକି ନୁହେଁ ଏହାର ସୁରକ୍ଷା ପାଇଁ ପ୍ରାୟ ୩୦ ହଜାର ଆମେରିକା ସୈନ୍ୟଙ୍କୁ ନିୟୋଜିତ କରାଯାଇଛି ।
ଟ୍ରେଜରୀ ବିଭାଗ କହେ ଏହା ଦୁନିଆର ସବୁଠାରୁ ସୁରକ୍ଷିତ ବିଲଡିଙ୍ଗ୍ । କାରଣ ଏଥିରେ ବ୍ୟବହାର ହୋଇଛି ଆଧୁନିକ ଜ୍ଞାନ କୌଶଳ । ଅବଶ୍ୟ କେଉଁ କେଉଁ କୌଶଳ ଏଥିରେ ବ୍ୟବହାର ହୋଇଛି ତାହାକୁ ନେଇ କୌଣସି ଖୁଲାସା କରିନାହିଁ ଟ୍ରେଜରୀ ବିଭାଗ । ବିଲଡିଙ୍ଗ ମଧ୍ୟରେ କେଉଁଠାରେ ଏବଂ କିଭଳି ଭାବରେ ସୁନା ରଖାଯାଇଛି ହୁଏତ ସେଠାର ସୈନ୍ୟ ମଧ୍ୟ ଜାଣିନଥିବେ । କିନ୍ତୁ କୁହାଯାଏ ଏହି ଭଣ୍ଡାର କୌଣସି ପ୍ରକାରର ପ୍ରାକୃତିକ ଦୁର୍ବିପାକ ବା ଭୂମିକମ୍ପ ଆଦି ପ୍ରଭାବରେ ସୁରକ୍ଷିତ ରହିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ରହିଛି ।

ଏହାର ଚାରିପାର୍ଶ୍ୱ ଯେପରି କୋଣ ଅନୁକୋଣରେ ସିସିଟିଭିର ବ୍ୟବସ୍ଥା ରହିଛି । ବାହାରର କୌଣସି ବ୍ୟକ୍ତି ବା ଡ୍ରୋନ ଯଦି କେଣ୍ଟୁକୀ ରାଜ୍ୟ ମଧ୍ୟକୁ ପ୍ରବେଶ କରେ ତେବେ ପୁରା ପ୍ରଶାସନ ଚଳଜଚଞ୍ଚଳ ହୋଇଉଠେ । ଏଠାରେ ମାଟିତଳେ ବିସ୍ଫୋରକ ରଖାଯାଇଥିବା କୁହାଯାଏ, ଯାହା ଶରୀରର ତାପମାତ୍ରାରେ ସଂଚାଳିତ ହୋଇଥାଏ । ଯଦି କେହି ଜବରଦସ୍ତି ଏହା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରେ ତେବେ ପରିଣାମ ଖୁବ ଭୟାନକ ହେବ ।

ବିଲଡିଙ୍ଗ ମଧ୍ୟରେ କେଉଁଭଳି ସୁନା ରହିଛି ତାହାକୁ ନେଇ ଅଧିକାଂଶ ସମୟ ଆଲୋଚନା ହୋଇଥାଏ । ରିପୋର୍ଟ କହୁଛି ଏହି ଲକର ଖୁବ ମଜବୁତ୍‌। ଏହାର ଦ୍ୱାର ୨୦ ଟନ୍‌ରୁ ଅଧିକ । ଯାହାକୁ ଭାଙ୍ଗିବା ଅସମ୍ଭବ । ଖାସ୍‌କଥା ହେଉଛି ଲକର୍ ର ପାସଓ୍ୱର୍ଡ଼ର କମ୍ବିନେସନ ଦୁଇ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ନିକଟରେ ରହିଛି । ଯାହା ସେମାନେ ମଧ୍ୟ ଜାଣିନାହାଁନ୍ତି ।

ଲକର ସୁରକ୍ଷାରେ ଥିବା ବ୍ୟକ୍ତି ଆମେରିକା ସରକାରଙ୍କର ସବୁଠାରୁ ବିଶ୍ୱସ୍ତ ବ୍ୟକ୍ତି । ସୁରକ୍ଷା ପାଇଁ ସେମାନେ ଶପଥ ନେଇଥାନ୍ତି । ତେବେ ଏତେସବୁ ବ୍ୟବସ୍ଥା ବିଷୟରେ ଜାଣିବା ପରେ ହୁଏତ କେହି କେବେ ମଧ୍ୟ ଏହା ମଧ୍ୟକୁ ପ୍ରବେଶ କରିବା କଥା ଭାବିବ ନାହିଁ । କିନ୍ତୁ ଏହାକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେଉଛି । ଯେଉଁଥିରେ ଏହି ବିଲଡିଙ୍ଗ୍‌ର ସୁରକ୍ଷାବଳକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଛି । ୧୯୬୪ ମସିହାରେ ଜେମ୍ସ ବଣ୍ଡ୍‌ସିରିଜରେ ଗୋଲ୍ଡଫିଙ୍ଗର ନାମକ ଜଣେ ବ୍ୟକ୍ତି ଧନୀ ହେବା ଏବଂ ଚୀନକୁ ଲାଭବାନ୍‌କରାଇବା ଲକ୍ଷ୍ୟରେ ଏଭଳି ଉଦ୍ୟମ କରିଥିଲା ।

Leave a Reply