spot_img

Latest Posts

Russia Ukraine Conflict: ବିଶ୍ୱ ଯୁଦ୍ଧର ଆତଙ୍କ, ୟୁକ୍ରେନ୍‌କୁ ଚାରିପଟୁ ଘେରିଲା ଋଷ ସେନା

ମସ୍କୋ: ଆକ୍ସନ ମୁଡ୍‌ରେ ରୁଷ୍‌ ସେନା । ୟୁକ୍ରେନ୍‌କୁ ଚାରିପଟୁ ଘେରି ନେଇଛି ଋଷ। ସୀମାରେ ସଂଘର୍ଷ ବୃଦ୍ଧି ପାଇଥିବା ବେଳେ ରୋବୋଟ ଟ୍ୟାଙ୍କର ୟୁନିଟ୍‌କୁ ଏବେ ଆକ୍ଟିଭ୍ କରି ଦିଆଯାଇଛି । ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍‌ଙ୍କ ଏହି ନିଷ୍ପତି ଏବେ ବିଶ୍ୱ ଯୁଦ୍ଧର ଆତଙ୍କ ଖେଳାଇଛି।

ରୁଷ୍‌ ସୀମାରେ ଅସ୍ତ୍ରଶସ୍ତ୍ର ଓ ସୈନିକଙ୍କ ସଂଖ୍ୟା ବୃଦ୍ଧି କରିଛି। ରୁଷର ହଜାର ହଜାର ସୈନିକ ଏବଂ ମିଶାଇଲ ଏବେ ୟୁକ୍ରେନ ସୀମାକୁ ଘେରି ରହିଛନ୍ତି। ସ୍ଥିତି ଏମିତି ଯେ ବିଶ୍ୱ ଯୁଦ୍ଧ ହେବ ବୋଲି କୁହାଯାଉଛି। କାରଣ ୟୁକ୍ରେନକୁ ଆମେରିକା ସମେତ ଅନେକ ଦେଶ ସମର୍ଥନ କରୁଛନ୍ତି।  ତେବେ ରୁଷ୍ ୟୁକ୍ରେନ ସୀମାରେ ସୈନ୍ୟସାମନ୍ତ ବଢ଼ାଉଥିବା ଦେଖି ଆମେରିକା ମଧ୍ୟ ଦୁଇଟି ଯୁଦ୍ଧ ଜାହାଜ ସମୁଦ୍ର ଭିତରେ ନିୟୋଜିତ କରିବ ବୋଲି କହିଛି। ଏପ୍ରିଲ ୧୪ ଓ ୧୫ରେ ଆମେରିକାର ଯୁଦ୍ଧ ଜାହାଜ ଯିବ ବୋଲି ତୁର୍କୀ କହିଛି।

ଅନ୍ୟପଟେ ପୁଟିନ୍‌ ଆମେରିକା ସମେତ ୟୁରୋପୀୟ ଦେଶକୁ ଚେତାବନୀ ଦେଇ ଅଶାନ୍ତିର ବାତାବରଣ ସୃଷ୍ଟି ନକରିବାକୁ ପରାମର୍ଶ ଦେଇଛନ୍ତି । ସେନାର ସୈନିକ ଓ ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ୟୁକ୍ରେନ୍‌ ବର୍ଡରରେ ଠୁଳ କରିବା ଦେଖି ପୁରା ଦେଶ ଆତଙ୍କିତ ଅଛନ୍ତି।

ସୂଚନାଯୋଗ୍ୟ, ୟୁକ୍ରେନ ଏବଂ ରୁଷ୍ ମଧ୍ୟରେ ୨୦୧୪ରେ ବିବାଦ ଆରମ୍ଭ ହୋଇଥିଲା । ଯେତେବେଳେ ରୁଷ୍ କ୍ରିମିୟା ଦ୍ୱୀପପୁଞ୍ଜକୁ ନିଜ ସହିତ ମିଶ୍ରଣ କଲା। ପୂର୍ବରୁ କ୍ରିମିୟା ୟୁକ୍ରେନର ଏକ ଅଂଶ ଥିଲା। ୨୦୧୪ରେ ୟୁକ୍ରେନରେ ଏକ ବିପ୍ଳବ ହୋଇଥିଲା ଏବଂ ସେତିକିବେଳେ ରୁଷ୍ ହସ୍ତକ୍ଷେପ କରି କ୍ରିମିୟାରେ ନିଜ ସୈନ୍ୟ ପୁରାଇ ଏହାକୁ ନିଜ ଅଧୀନରେ ନେଇଗଲା। ବାସ୍ ସେବେଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି। ତେବେ  ଋଷର ଏଭଳି ପଦକ୍ଷେପକୁ ପରେ ଏହି ପ୍ରସଙ୍ଗକୁ ନେଇ ନେଇ ରୁଷ ସହିତ ଆମେରିକା, ୟୁରୋପୀୟ ଦେଶର ମତଭେଦ ସୃଷ୍ଟି ହୋଇଛି।

Latest Posts

Don't Miss