ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବ୍ରିଟେନରେ ଭାରତୀୟ ଦୂତାବାସ ଆଗରେ ପ୍ରତିବାଦ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବ୍ରିଟେନରେ ଭାରତୀୟ ଦୂତାବାସ ବାହାରେ ପ୍ରତିବାଦ କରାଯାଇଛି। କୃଷି ଆଇନକୁ ବିରୋଧ ଓ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଭାରତୀୟ ଦୂତାବାସ ବାହାରେ ରାଲି କରାଯାଇଥିଲା । ମହାମାରୀ ସମୟରେ ସାମାଜିକ ଦୂରତା ଉଲ୍ଲଂଘନ କରି ପାଖାପାଖି ୪ ହଜାର ଲୋକ ଏକାଠି ହେବାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଭାରତୀୟ ଉଚ୍ଚ ଆୟୋଗ ।

ଶୋଭାଯାତ୍ରାରେ ସାମିଲ ହୋଇଥିବା କେତେଜଣ ଆନ୍ଦୋଳନକାରୀଙ୍କୁ ଗିରଫ ମଧ୍ୟ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଲଣ୍ଡନ ପୋଲିସ ୩୦ ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦେଇନଥିଲା । ବିନା ଅନୁମତିରେ ୭ଶହରୁ ଉର୍ଦ୍ଧ୍ୱ ଗାଡ଼ି ସାମିଲ ହୋଇଥିବା ବେଳେ ସାଢ଼େ ୩ରୁ ୪ ହାଜର ଲୋକ ସାମିଲ ହୋଇଥିଲେ ।

ତେବେ ପ୍ରଶାସନର ବିନା ଅନୁମତିରେ ଏଭଳି ଶୋଭାଯାତ୍ରା କରାଯାଇଥିବା ବେଳେ ଏହାର ବିଭିନ୍ନ ଦିଗଗୁଡିକ ଉପରେ ତଦନ୍ତ କରାଯାଉଛି । କୃଷି ଆନ୍ଦୋଳନକୁ ସମର୍ଥନ ଆଳରେ ଆନ୍ଦୋଳନକାରୀମାନେ ଭାରତ ବିରୋଧୀ ପ୍ରଦର୍ଶନ କରିଥିବା ଉଚ୍ଚ ଆୟୋଗ କହିଛନ୍ତି ।

Leave a Reply