ଓଡ଼ିଶା ଶିଖାଇଲା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ରଣକୌଶଳ

Three Days Natural Disaster Training In Odisha

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଜାତୀୟ ସ୍ତରରେ ସର୍ବୋକୃଷ୍ଟ ମଡେଲ୍ ଭାବେ ପ୍ରମାଣିତ ହୋଇଛି । ଓଡ଼ିଶା ମଡେଲ ବିଷୟରେ ଲାଲ୍ ବାହାଦୂର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀ ତରଫରୁ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ବିଭିନ୍ନ ରାଜ୍ୟର ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ତିନିଦିନିଆ ତାଲିମ୍ କାର୍ଯ୍ୟ ଆରମ୍ଭ ହୋଇଛି ।
Three Days Natural Disaster Training In Odisha
ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୨୨ ଜଣ ପ୍ରଶାସନିକ ଅଧିକାରୀ ଯୋଗ ଦେଇଛନ୍ତି । ତାଲିମ୍ ସମୟରେ ଏହି ଅଧିକାରୀମାନେ ରାଜ୍ୟ ଆପଦକାଳୀନ କେନ୍ଦ୍ର, ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧିତ ଆଗୁଆ ସତର୍କ ସୂଚନା ପ୍ରସାରଣ, ଉଦ୍ଧାର ଓ ରିଲିଫ୍ ଯୋଗାଣ ପାଇଁ ବ୍ୟବହୃତ ଯନ୍ତ୍ରପାତି, ଆପଦକାଳୀନ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମକଡ୍ରିଲ୍, ବହୁମୁଖୀ ବାତ୍ଯା ଆଶ୍ରୟସ୍ଥଳୀ ଆଦି ବୁଲି ଦେଖିବା ସହ ଓଡ୍ରାଫ୍, ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସ୍ୱେଚ୍ଛାସେବୀ, ଆପଦ ମିତ୍ର ଓ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିବେ ।
Three Days Natural Disaster Training In Odisha
କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ୧୯୯୯ ମହାବାତ୍ୟା ଓଡ଼ିଶା ପାଇଁ ଏକ ବିରାଟ ଆହ୍ୱାନ ଓ ଅଭିଜ୍ଞତା ଥିଲା । ସେହିଭଳି ଏସଆରସି ପ୍ରଦୀପ ଜେନା କହିଥିଲେ, ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ସହଚର । ଉଦଘାଟନୀ ପର୍ଯ୍ୟାୟରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ସୁଦର୍ଶନ ପାଲ୍ ଠାକୁର, ମଧୁସୂଦନ ଆଞ୍ଚଳିକ ଆର୍ଥିକ ପରିଚାଳନା ଏକାଡେମୀର ନିର୍ଦ୍ଦେଶକ ନିହାର ରଞ୍ଜନ ସ୍ୱାଇଁ, ଲାଲବାହାଦୂର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀର ପ୍ରାକୃତିକ ବିପର୍ଯ୍ୟୟ କେନ୍ଦ୍ରର ନିର୍ଦ୍ଦେଶକ ଅଭିରାମ ଜି ଶଙ୍କର ପ୍ରମୁଖ ତାଲିମ୍ ଦେଇଥିଲେ ।

Leave a Reply