ଝାଡ଼ଖଣ୍ଡ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର: ୩ ଜଣଙ୍କୁ ଅଟକ ରଖିଛି ପୋଲିସ

ଝାଡ଼ଖଣ୍ଡ:ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର । ଜେଏମ୍‌ଏମ୍ ନେତୃତ୍ୱାଧିନ ମେଣ୍ଟ ସରକାର ଭାଙ୍ଗିବାକୁ ଚାଲିଥିବା ଷଡ଼ଯନ୍ତ୍ରର ପର୍ଦ୍ଧାଫାସ କରିଛି ଝାଡ଼ଖଣ୍ଡ ପୋଲିସ । ତେବେ ଏହି ଷଡ଼ଯନ୍ତ୍ର ମାମଲାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି । ଏବଂ ଗିରଫ ଅଭିଯୁକ୍ତ ସରକାରଙ୍କ ଭାଙ୍ଗିବା ନେଇ ଷଡ଼ଯନ୍ତ୍ର କରୁଥିବା ସେମାନେ ସ୍ୱୀକାର କରିଥିବା ପୋଲସ କହିଛି । ଗିରଫ ଅଭିଯୁକ୍ତ ମାନେ କିଛି ବିଧାୟକଙ୍କ ସହ ସମ୍ପର୍କରେ ଥିଲେ ଯେଉଁମାନେ ଏଭଳି କାମ ନେଇ ସେମାନଙ୍କୁ ଟଙ୍କା ଯୋଗାଉଥିଲେ । ଗିରଫ ୩ ଜଣ ହେଉଛନ୍ତି ଅଭିଷେକ କୁମାର ଦୁବେ, ଅମିତ ସିଂହ, ନିର୍ବାଣ ପ୍ରସାଦ ।

ତେବେ କଂଗ୍ରେସ ବିଧାୟକ ଜୟ ମଙ୍ଗଳଙ୍କ ଅଭିଯୋଗ ଆଧାରରେ ପୋଲିସ ସେମାନଙ୍କୁ ଗରଫ କରିବା କରିଛି । ଜୟ ମଙ୍ଗଳ ଏହି ଅଭିଯୁକ୍ତମାନେ ହୋଟେଲେ ରହିଥିବା ଏବଂ ଡିଲ୍ ନେଇ ବିଭିନ୍ନ ବିଧାୟକଙ୍କ ସହ ଯୋଗାଯୋଗରେ ଥିବା ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବା ସହ ସେମାନଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ଠାରୁ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ପୋଲିସ କହିଛି । ତେବେ ପୋଲିସ କିଛି ବିଧାୟକଙ୍କ ସହ ସେମାନଙ୍କ ବିମାନ ଯାତ୍ରା ସମ୍ପର୍କିତ ତଥ୍ୟ ମଧ୍ୟ ହାସଲ କରିଛି ।

ଏଥିସହିତ ପଢ଼ନ୍ତୁ: ପର୍ଣ୍ଣୋଗ୍ରାଫିକ୍ ଫିଲ୍ମ ନିର୍ମାଣ ମାମଲାରେ ଗେହନା ବଶିଷ୍ଟ ସମେତ ୩ ଜଣଙ୍କୁ ମୁମ୍ୱାଇ ପୋଲିସର ସମନ

Leave a Reply