spot_img

Latest Posts

ହମାସ କବଳରୁ ମୁକ୍ତ ହେଲେ ୩ ମହିଳା ଇସ୍ରାଏଲୀ ପଣବନ୍ଦୀ

ନନ୍ଦିଘୋଷ ବ୍ୟୁରୋ: ହମାସ କବଳରୁ ଫେରିଲେ ୩ ଇସ୍ରାଏଲୀ ପଣବନ୍ଦୀ । ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ ଗତକାଲି ୩ ମହିଳା ପଣବନ୍ଦୀଙ୍କୁ ମୁକ୍ତ କରିଛି ଆତଙ୍କୀ ସଂଗଠନ ହମାସ । ଦୀର୍ଘ ୪୭୧ ଦିନ ପରେ ହମାସ କବଳରୁ ଏହି ପଣବନ୍ଦୀ ମୁକ୍ତ ହୋଇଛନ୍ତି। ହମାସର ଆତଙ୍କୀ ୩ ପଣବନ୍ଦୀଙ୍କୁ ରେଡକ୍ରସ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ। ୩ ପଣବନ୍ଦୀ ମୁକ୍ତ ହେବାପରେ ସେମାନଙ୍କ ପରିବାରକୁ ଭେଟି ଭାବବିହ୍ଵଳ ହୋଇପଡିଛନ୍ତି । ଦୀର୍ଘ ୧୫ ମାସର ପଣବନ୍ଦୀ ଜୀବନ କାଟିବା ପରେ ଏମାନେ ଆତଙ୍କୀଙ୍କ କବଳରୁ ମୁକ୍ତ ହୋଇଛନ୍ତି ।

୩ ପଣବନ୍ଦୀ ହେଲେ ରୋମି ଗୋନେନ, ଏମିଲି ଦାମାରି ଏବଂ ଡୋରେନ ଷ୍ଟିନବ୍ରେଚର। ଏହି ୩ ମହିଳା ପଣବନ୍ଦୀ ମୁକ୍ତ ହେବାପରେ ନିଜ ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି। ୩ ପଣବନ୍ଦୀଙ୍କ ବଦଳରେ ଇସ୍ରାଏଲ ୯୦ ଦଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିଛି। ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରାମର ଏହା ପ୍ରଥମ ପର୍ଯ୍ୟାୟ। ଦୀର୍ଘ ୪୨ ଦିନର ହେବ ଏହି ଯୁଦ୍ଧବିରାମ। ଏହି ସମୟରେ ୩୩ ପଣବନ୍ଦୀଙ୍କୁ ମୁକ୍ତ କରିବେ ହମାସ ଆତଙ୍କୀ। ଏହାର ବଦଳରେ ଇସ୍ରାଏଲ ଶତାଧିକ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିବ।

ଯୁଦ୍ଧ ବିରାମ ସତ୍ଵେ ଇସ୍ରାଏଲ ସେନା ପକ୍ଷରୁ ବିଭିନ ସ୍ଥାନରେ ସୈନ୍ୟ ଅପରେସନ ଜାରି ରହିଥିଲା। ଯୁଦ୍ଧବିରାମରେ ସାମାନ୍ୟ ବିଳମ୍ବ ଯୋଗୁ ଏହି ସୈନ୍ୟ ଅଭିଯାନରେ ୧୯ ଜଣଙ୍କ ମୃତ୍ୟୁ ଘଟିଥବାବେଳେ ୨୫ ଜଣ ଆହତ ହୋଇଛନ୍ତି। ଯୁଦ୍ଧ ବିରାମ ଲାଗୁ ହେବାପରେ ଗାଜାରେ ଅନେକ ଲୋକ ତମ୍ବୁ, ପୋଷାକ ଏବଂ ନିଜ ନିଜ ଜିନିଷ ନେଇ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା। ଯୁଦ୍ଧର ଭୟରେ ଅନେକ ବଂକର ତଳେ ଲୁଚି ରହିଥିଲେ। ଘରକୁ ଫେରୁଥିବାରୁ ଲୋକଙ୍କ ମଧ୍ୟରେ ଖୁସି ଦେଖବାକୁ ମିଳିଛି।

Latest Posts

Don't Miss