ଆପର ୩ ନେତା ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ତିନି ନେତା ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ । ଏମାନେ ହେଲେ ସଂଜୟ ସିଂହ, ସ୍ବାତୀ ମାଲିୱାଲ ଏବଂ ନାରାୟଣ ଦାସଗୁପ୍ତା । ଜେଲରେ ଥିବା ସଂଜୟ ସିଂହଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିଲା ଆମ ଆଦମୀ ପାର୍ଟି । ତିନି ନିର୍ବାଚିତ ସାଂସଦ ରିଟର୍ଣ୍ଣିଂ ଅଫସରଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଜୟ ପ୍ରମାଣପତ୍ର ଗ୍ରହଣ କରିବେ ।

ସେହିପରି ଜେଲରେ ଥିବା ସଂଜୟ କୋର୍ଟ ଅନୁମତିରେ ପ୍ରମାଣପତ୍ର ଆଣିବାକୁ ଯିବେ । ଜାନୁଆରୀରେ ମତଦାନ କରାଯିବାକୁ ଘୋଷଣା ହୋଇଥିଲା । ଏନେଇ ସେମାନେ ଗତ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଥିଲେ । ସଂଜୟ ସିଂହ, ସୁଶୀଲ କୁମାର ଗୁପ୍ତା ଓ ଏନଡି ଗୁପ୍ତାଙ୍କ ୬ ବର୍ଷୀୟ କାର୍ଯ୍ୟକାଳ ଆସନ୍ତା ୨୭ ତାରିଖରେ ଶେଷ ହେଉଛି । ଏଥର ଆମ ଆଦମୀ ପାର୍ଟି ସୁଶୀଲଙ୍କୁ ଆଉ ପ୍ରାର୍ଥୀ ନକରି ତାଙ୍କ ସ୍ଥାନରେ ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କୁ ପ୍ରାର୍ଥୀ କରିଥିଲା ।