spot_img

Latest Posts

ବିଧାୟକଙ୍କ ଗାଡ଼ି ଉପରକୁ ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୩ ଜଣ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରେ ବୋମା ମାଡ଼ ଘଟଣା। ବମିଂ କରିଥିବା ମୁଖ୍ୟ ଅଭିଯୁକ୍ତ ସହ ୩ ଜଣ ଗିରଫ ହୋଇଥିବା ସୂଚନାମିଳିଛି। ପାରିବାରିକ ବିଦ୍ୱେଷ ଓ ଅର୍ଥନୈତିକ ବିବାଦ ଯୋଗୁ ବୋମାମାଡ଼ ହୋଇଥିବା କୁହାଯାଉଛି। ତେବେ ପୋଲିସ ଏ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରିନାହିଁ। ଗତ ୧୦ ତାରିଖରେ ବାଇକରେ ୨ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ମୋହନ ମାଝୀଙ୍କ ଗାଡ଼ିକୁ ଦୁଇଟି ବୋମାମାଡ଼ କରିଥିଲେ ବୋଲି ମୋହନ ମାଝୀ କେନ୍ଦୁଧର ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ବିଜେପି ବିଧାୟକ ମୋହନ ମାଝୀ ଗଣମାଧ୍ୟମକୁ କହିଥିଲେ ଯେ, ବିଜେଡିର ଜଣେ ଜିଲ୍ଲାସ୍ତରୀୟ ନେତା ଏହି କାଣ୍ଡ ଭିଆଇଥିବା ସେ ସନ୍ଦେହ କରୁଛନ୍ତି। ଘଟଣାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା। ରାସ୍ତାରୋକ ମଧ୍ୟ କରାଯାଇଥିଲା। ବିଜେପିର ଏକ ପ୍ରତିନିଧି ଦଳ ଏସପିଙ୍କୁ ଭେଟି ଘଟଣାର ତଦନ୍ତ ପାଇଁ ଦାବି କରିଥିଲା। ବିଜେଡି ପକ୍ଷରୁ ମୋହନ ମାଝୀଙ୍କ ଅଭିଯୋଗକୁ ଖଣ୍ଡନ କରାଯିବା ସହ ବିଜେଡି ପ୍ରତିନିଧି ଦଳ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଦାବୀ କରିଥିଲେ। ଘଟଣାର ସିସିଟିଭି ଦୃଶ୍ୟ ପୋଲିସ ଯାଞ୍ଚ କରିଥିଲା।

ଏସ୍‌ପି ସପ୍ତାହେ ସମୟ ନେଇଥିଲେ ଅଭିଯୁକ୍ତଙ୍କୁ ଧରିବା ପାଇଁ। ତେବେ ଗତକାଲି ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ ହୋଇଥିବା ଜଣାପଡିଛି। ଗିରଫଙ୍କ ମଧ୍ୟରେ ଜଣେ କେନ୍ଦୁଝରର ଥିବାବେଳେ ଅନ୍ୟ ଜଣେ ହରିଚନ୍ଦନପୁର ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟ ଜଣଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ଅପରାହ୍ନରେ ପୋଲିସ ଏମାନଙ୍କୁ କୋର୍ଟ ଚାଲାଣ କରିବ।

Latest Posts

Don't Miss