ବାରବାଟୀ ଟି-୨୦ ପାଇଁ ବଢୁଛି ହାର୍ଟବିଟ୍, ସକାଳ ୯ଟାରେ କାଉଣ୍ଟରରେ ମିଳିବ ଟିକେଟ୍

1 min read

କଟକ: ବାରବାଟୀ ଟି-୨୦ ପାଇଁ ବଢ଼ୁଛି ହାର୍ଟବିଟ୍ । ଉତ୍କଣ୍ଠିତ ଦର୍ଶକ, ଉତ୍ସାହିତ ଓସିଏ କର୍ତ୍ତୃପକ୍ଷ । ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର । ଏଥିପାଇଁ ଆଜିଠୁ କାଉଣ୍ଟରରେ ମିଳୁଛି ଟିକେଟ୍ । ସାଧାରଣ ଦର୍ଶକଙ୍କ ପାଇଁ ୧୨ ହଜାର ଟିକେଟ ବିକ୍ରି ହେବ । ଗ୍ୟାଲେରୀ ଟିକେଟ ପାଇଁ ୧୦ଟି ଓ ୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଟିକେଟ ପାଇଁ ୨ଟି କାଉଣ୍ଟର ଖୋଲାଯାଇଛି । ନିଜ ପରିଚୟ ପତ୍ର ଦେଖାଇବା ପରେ ଜଣକ ପିଛା ଦୁଇଟି ଟିକେଟ ମିଳିବ । ଏଥିପାଇଁ ଓସିଏ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି ।

ସେପଟେ ପିଚ୍, ଗ୍ରାଉଣ୍ଡ, ଷ୍ଟାଡିୟମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିସିସିଆଇ ମୁଖ୍ୟ କ୍ୟୁରେଟର ଆଶିଷ ଭୌମିକ୍, ବେଙ୍ଗଲ କ୍ରିକେଟ ଆସୋସିଏସନର ମୁଖ୍ୟ କ୍ୟୁରେଟର ସୁଜନ ମୁଖାର୍ଜୀ ଷ୍ଟାଡିୟମ ବୁଲି ପ୍ରସ୍ତୁତି ସମ୍ପର୍କରେ ଓସିଏ ମୁଖ୍ୟ କ୍ୟୁରେଟର ପଙ୍କଜ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ମ୍ୟାଚ ପାଇଁ ଆସନ୍ତାକାଲି ଅପରାହ୍ନରେ ଉଭୟ ଦଳ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ପହଞ୍ଚିବେ । ୧୧ ତାରିଖରେ ପର୍ଯ୍ୟାୟକ୍ରମେ ବାରବାଟୀ ଅଭ୍ୟାସ ପାଇଁ ଯିବେ ।