ଭିଡ଼ ପାଇଁ ବିଷ, ୧୨ କୁକୁରଙ୍କୁ ମାରିଦେଲା ଜଳଖିଆ ଦୋକାନୀ !

ଚୌଦ୍ୱାର: ଜଳଖିଆରେ ବିଷ ଦେଇ କୁକୁରଙ୍କୁ ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଏମିତି ୧୨ କୁକୁରଙ୍କୁ ଜଳଖିଆରେ ବିଷ ଦେଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ଆଜି ଗୋଟିଏ ଦିନରେ ୪ଟି କୁକୁରଙ୍କ ମୃତଦେହ ମିଳିଛି । ଏଭଳି ଅମାନବୀୟ ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ ଶଙ୍କରପୁର ପଞ୍ଚାୟତରେ ।

Tiffin Seller Killed 12 Dog By Giving Poison In Gulugula

୩ ଦିନ ମଧ୍ୟରେ ଅଞ୍ଚଳରେ ଏକାଧିକ କୁକୁର ମରି ପଡ଼ିଥିଲେ । ପ୍ରତିଦିନ ୩ରୁ ୪ଟି କୁକୁର ମରୁଥିବା ବେଳେ, ଲୋକ କାରଣ ଖୋଜୁଥିଲେ । ଜଳଖିଆ ଦୋକାନ ଆଗରେ କୁକୁରମାନେ ବାରମ୍ବାର ପରିତ୍ସା ଓ ବିଷ୍ଟା ଛାଡ଼ୁଥିବାରୁ ଏଥିରେ ଅତିଷ୍ଠ ହୋଇ ଗୁଲୁଗୁଲାରେ ବିଷ ଦେଇଥିବା କହିଛନ୍ତି ଦୋକାନୀ । ସେ ଆଜି ୪ଟି କୁକୁରଙ୍କୁ ଗୁଲୁଗୁଲାରେ ବିଷ ଦେଇଥିବା ମାନିଛନ୍ତି । ତେବେ ଅଞ୍ଚଳରେ ଗତ ୩ ଦିନ ଧରି ୧୨ରୁ ଅଧିକ କୁକୁରଙ୍କ ଏଭଳି ମୃତ୍ୟୁ ହୋଇଥିବା ବେଳେ ତାଙ୍କର ସମ୍ପୃକ୍ତ ନଥିବା କହିଛନ୍ତି ଦୋକାନୀ ।

Tiffin Seller Killed 12 Dog By Giving Poison In Gulugula

କୁକୁର ମୃତ୍ୟୁ ସମ୍ପର୍କରେ ଚୌଦ୍ଵାର ଥାନାରେ ସ୍ଥାନୀୟ ଲୋକ ଅଭିଯୋଗ କରିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପିପୁଲ ଫର୍ ଆନିମଲ ପକ୍ଷରୁ ମୃତ କୁକୁରଙ୍କ ଶବ ବ୍ୟବଚ୍ଛେଦ ପାଇଁ ସହିଦ ନଗର ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠା ଯାଇଥିବା ଜଣାପଡ଼ିଛି । କୁହାଯାଏ ମଣିଷର ସବୁଠୁ ବିଶ୍ୱସ୍ତ ପଶୁ ହେଉଛି କୁକୁର । ଆଉ ସେଇ ବିଶ୍ୱାସରେ ଆଜି ମଣିଷ ବିଷ ଦେଇ ୧୨ କୁକୁରଙ୍କୁ ମାରି ଦେଇଛି ।

Leave a Reply