‘‘ନରମ ହେବାର ସମୟ ଶେଷ ହୋଇଛି” ଆମେରିକାରେ ଭାରତୀୟଙ୍କ ମୁଣ୍ଡକାଟର ଜବାବ ଦେଲେ ଡୋନାଲ୍ଡ ଟ୍ରମ୍ପ
1 min read
ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଜଣେ ଭାରତୀୟ ବଂଶୋଦ୍ଭବ ଚନ୍ଦ୍ର ନାଗାମଲ୍ଲାୟାହଙ୍କୁ ଟେକ୍ସାସରେ ତାଙ୍କ ପତ୍ନୀ ଏବଂ ପୁଅଙ୍କ ସମ୍ମୁଖରେ କ୍ୟୁବାର ଜଣେ “ଅବୈଧ ବିଦେଶୀ” ଦ୍ୱାରା ମୁଣ୍ଡ କାଟି ହତ୍ୟା କରାଯିବା ଘଟଣାକୁ ନିନ୍ଦା କରି ଏହାକୁ “ଭୟଙ୍କର” ବୋଲି କହିଛନ୍ତି। ରିପବ୍ଲିକାନ ନେତା ଜୋର ଦେଇ କହିଛନ୍ତି ଯେ ତାଙ୍କ ନଜରରେ ଅବୈଧ ପ୍ରବାସୀ ଅପରାଧୀଙ୍କ ପ୍ରତି “ନରମ ହେବାର ସମୟ” ଶେଷ ହୋଇଯାଇଛି, ହତ୍ୟାକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ସୋସିଆଲ ମିଡିଆରେ କହିଛନ୍ତି ଚନ୍ଦ୍ର ନାଗାମଲାଇୟାଙ୍କ ନିର୍ମମ ହତ୍ୟା ବିଷୟରେ ମୁଁ ଅବଗତ। ସେ ଟେକ୍ସାସର ଡାଲାସର ଜଣେ ସମ୍ମାନିତ ବ୍ୟକ୍ତି ଥିଲେ। ତାଙ୍କ ପତ୍ନୀ ଏବଂ ପୁଅଙ୍କ ସମ୍ମୁଖରେ ତାଙ୍କୁ ନିର୍ମମ ଭାବରେ ମୁଣ୍ଡକାଟ କରାଯାଇଥିଲା। ଏହି ଘୃଣ୍ୟ କାର୍ଯ୍ୟ ଜଣେ ଅବୈଧ କ୍ୟୁବା ବାସିନ୍ଦା ଦ୍ୱାରା କରାଯାଇଥିଲା, ଯାହା ଆମ ଦେଶରେ କେବେ ହେବା ଉଚିତ୍ ନୁହେଁ।
https://truthsocial.com/@realDonaldTrump/posts/115205520510774944
ୱାଶିଂମେସିନ୍ ବିବାଦକୁ ନେଇ ଡାଲାସ୍ ମୋଟେଲରେ ଭାରତୀୟ ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯାଇଛି । ଟ୍ରମ୍ପ କହିଛନ୍ତି ଯେ ୟୋର୍ଡାନିସଙ୍କୁ ପୂର୍ବରୁ ଶିଶୁ ନିର୍ଯାତନା, କାର ଚୋରି ଏବଂ ବଳପୂର୍ବକ ବନ୍ଧକ ରଖିବା ଅଭିଯୋଗରେ ଗିରଫ କରାଯାଇଥିଲା, କିନ୍ତୁ ଜୋ ବିଡେନଙ୍କ ବିଫଳତା ଯୋଗୁଁ ତାଙ୍କୁ ପୁଣି ଥରେ ମୁକ୍ତ କରାଯାଇଥିଲା। ବାଇଡେନ ପ୍ରଶାସନକୁ ଟାର୍ଗେଟ କରି ସେ କହିଛନ୍ତି, “ଏହି ଅବୈଧ ପ୍ରବାସୀ ଅପରାଧୀଙ୍କ ପ୍ରତି ନରମ ହେବାର ସମୟ ଶେଷ ହୋଇଛି,” । ଯଦି ୟୋର୍ଡାନିସ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ପାରୋଲ କିମ୍ବା ମୃତ୍ୟୁଦଣ୍ଡ ବିନା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇପାରିବ। ଆଇନ ଅନୁଯାୟୀ ପୂର୍ଣ୍ଣ ମାମଲା ରୁଜୁ କରାଯିବ। ତାଙ୍କ ବିରୁଦ୍ଧରେ ପ୍ରଥମ ସ୍ତରରେ ହତ୍ୟା ଅଭିଯୋଗ ଆଣଯିବ!” ।
ଡଲାସ୍ ମୋଟେଲର ପରିଚାଳକ ଚନ୍ଦ୍ର ମୌଲି ନାଗାମଲ୍ଲାୟାହଙ୍କୁ ତାଙ୍କ ପତ୍ନୀ ଏବଂ ପୁଅଙ୍କ ସାମ୍ନାରେ ଭଙ୍ଗା ୱାସିଂ ମେସିନ୍ ବ୍ୟବହାର ନକରିବାକୁ ୟୋର୍ଡାନିସ୍ କୋବୋସ୍-ମାର୍ଟିନେଜ୍ କୁ କହିବା ପରେ ନିର୍ମମ ଭାବରେ ତାଙ୍କ ମୁଣ୍ଡକାଟ କରାଯାଇଥିଲା। ଇମିଗ୍ରେସନ ଏବଂ କଷ୍ଟମ୍ସ ଏନଫୋର୍ସମେଣ୍ଟ (ICE) ଆଶ୍ଚର୍ଯ୍ୟ ପ୍ରକାଶ କରିଛି ଏବଂ ମୁଣ୍ଡକାଟକୁ “ଅକଳ୍ପନୀୟ” ବୋଲି ବର୍ଣ୍ଣନା କରିଛି। ଘଟଣାର ତୁରନ୍ତ ପରେ, ପୋଲିସ ରକ୍ତ ଭିଜା ଟି-ସାର୍ଟ ପିନ୍ଧିଥିବା କୋବୋସ-ମାର୍ଟିନେଜଙ୍କୁ ଗିରଫ କରିଛି।