କାହା ଦଖଲକୁ ଯିବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ…ଆଉ କିଛି ସମୟ ପରେ ଆରମ୍ଭ ହେବ କାଉଣ୍ଟିଂ

1 min read

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଉପନିର୍ବାଚନ ଫଳ । ସ୍ପଷ୍ଟ ହେବ କିଏ ପିନ୍ଧିବ ଉପନିର୍ବାଚନ ମୁକୁଟ । କାହାର ହେବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ? କଡା ସୂରକ୍ଷା ଭିତରେ ସକାଳୁ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ପରେ ସାଢ଼େ ୮ଟାରୁ ଇଭିଏମ୍ ଭୋଟ୍ ଗଣତି ହେବ । ଗଣନା ସରିବା ପରେ ଭିଭିପାଟ୍‌ର ଗଣନା କରାଯିବ । କୋଭିଡ କଟକଣାରେ ହେବ ଭୋଟ ଗଣତି ।

ମୋଟ୍‌ ୨୫ ରାଉଣ୍ଡ ଗଣତି କରାଯିବ । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ ଟିଭିର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଆସିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବାଲେଶ୍ୱର ସଦର ବିଧାନସଭା ଆସନରେ ୩୪୬ଟି ବୁଥରୁ ସଂଗ୍ରହ ହୋଇଛି ଜନମତ । ଏହି ଜନମତକୁ ଜଲ୍ଲାପାଳକଙ୍କ କାର୍ଯ୍ୟାଳୟରେ ୧୪ଟି ଟେବୁଲରେ ଗଣତି କରାଯିବ ।

ଗଣତି ପ୍ରକ୍ରିୟାରେ ୬୦ ଜଣ ମାଇକ୍ରୋ ଅବ‌ଜରଭରଙ୍କ ସମେତ ଜିଲ୍ଲା ପ୍ରଶାସନର ୧୨୦ ଜଣ କର୍ମଚାରୀଙ୍କୁ ନିୟୋଜନ ହୋଇଛନ୍ତି । ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୬ ପ୍ଲାଟୁନ୍‌ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସ୍‌ପି, ୪ଜଣ ଡ଼ିଏସ୍‌ପି, ୧୩ଜଣ ଏସ୍‌ଆଇ ଓ ୪ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି ।

ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ହେବ ତିର୍ତ୍ତୋଲ ପାଇଁ ଗଣନା । ହଲରେ ୭ଟି ଲେଖାଏଁ ଟେବୁଲ ପଡିବ । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା କରାଯାଇଛି । ଗଣତି ସମୟରେ ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୂତୟନ କରାଯାଇଛି ।

ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର, ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

Leave a Reply