ତିର୍ତ୍ତୋଲ ଉପନିର୍ବାଚନ : ବିଜୟ ବ୍ୟବଧାନ ବଢ଼ାଇବାକୁ ବିଜେଡ଼ିର ଉଦ୍ୟମ

ତିର୍ତ୍ତୋଲ : ଜଗତସିଂହପୁର ଜିଲା ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସେଠାରୁ ପ୍ରତିନିଧିତ୍ୱ କରୁଥିବା ବିଜେଡି ନେତା ବିଷ୍ଣୁ ଦାସଙ୍କ ବିୟୋଗ ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ନଭେମ୍ବର ୩ରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ଶାସକ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଛି ।  ଏହି ଆସନ ୨୦୦୯ ମସିହାରୁ ବିଜେଡି ଅକ୍ତିଆରରେ ରହିଆସିଛି । ତେଣୁ ବିଜେଡ଼ି ନିଜର ବିଜୟ ବୈଜୟନ୍ତୀକୁ ବଜାୟ ରଖିବା ପାଇଁ ଚାହୁଁଛି ।

 

ସେହିପରି ପ୍ରତି ବ୍ଲକରେ ପଞ୍ଚାୟତୱାରୀ ଜଣେ ଜଣେ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ପ୍ରଶାନ୍ତ ବେହେରା, ଚନ୍ଦ୍ରସାରଥୀ ବେହେରା, ଅରିନ୍ଦମ ରାୟ ପ୍ରମୁଖ ତୃଣମୂଳସ୍ତରରେ କାର୍ଯ୍ୟ କରୁଛନ୍ତି । ପ୍ରାଥମିକ ଭାବେ ସବୁ ବ୍ଲକରେ ଅଣଆନୁଷ୍ଠାନିକ ଭାବେ କର୍ମୀ ସମ୍ମିଳନୀ କରାଯାଇଥିଲା । ପ୍ରାର୍ଥୀପତ୍ର ଦାଖଲ ସମାପ୍ତ ହୋଇ ସାରିଛି । ପ୍ରାର୍ଥୀ ବିଜୟ ଶଙ୍କର ସ୍ଥାନୀୟ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସହ ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି ।

 

Tirtol By Poll BJD Held Meeting in Biridi
ସେହିକ୍ରମରେ ଆଜି  ଦିନ ୨ଟା ସମୟରେ ରଘୁନାଥପୁର ବ୍ଲକର ତଅଁରା, ଧରାଧରପୁର ଓ ସାଦେଇପୁର ପଞ୍ଚାୟତରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ରାଜ୍ୟ ଯୁବ ଜନତା ଦଳର ସମ୍ପାଦକ ରାଜା ଚକ୍ର, ବ୍ଲକ ସଭାପତି ଦେବାଶିଷ ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା ସ୍ବପ୍ନା ସରିତା ବଳ, ଜିଲ୍ଲା ପରିଷଦ ସଦସ୍ୟା ଡେଜାଲିନ୍ ମହାପାତ୍ର  ପ୍ରମୁଖ ଏଥିରେ ଉପସ୍ଥିତ ରହିଥିଲେ ।  ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଯେପରି ବିଜେଡି ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୁଏ , ତାହା ଉପରେ ଧ୍ୟାନ ରଖିବାକୁ କର୍ମୀମାନଙ୍କୁ ନିର୍ଦ୍ଦେଶ ଯାଇଛି । ପଞ୍ଚାୟତୱାରୀ କର୍ମୀ ସମ୍ମିଳନୀ ପରେ ଘର ଘର ବୁଲି ବିଜେଡି କାର୍ଯ୍ୟକର୍ତ୍ତା କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ସହ ଭୋଟ ପ୍ରଚାର କରିବେ ବୋଲି ଜଣାପଡ଼ିଛି ।

Leave a Reply