ଟିଏମସି ଘୋଷଣା କଲା ଲୋକସଭା ନିର୍ବାଚନ ପାଇଁ ପ୍ରାଥୀ ତାଲିକା, ବରହାମପୁରରୁ ଲଢ଼ିବେ ୟୁସୁଫ ପଠାନ୍

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ ମଇଦାନ ପରେ ନିର୍ବାଚନୀ ମଇଦାନରେ ଲଢ଼ିବେ ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ୍ ପଠାନ । ପଶ୍ଚିମବଙ୍ଗ ଲୋକସଭା ନିର୍ବାଚନରେ ପ୍ରାଥୀ ହେବାକୁ ଯାଉଛନ୍ତି ୟୁସୁଫ ପଠାନ । ବରହାମପୁରରୁ ଟିକେଟ ପାଇଛନ୍ତି କ୍ରିକେଟର ୟୁସୁଫ ପଠାନ । ତେବେ ୨୦୧୧ ବିଶ୍ବକପରେ ଚାମ୍ପିୟନ ଭାରତ ଟିମର ସଦସ୍ୟ ରହିଥିବା ୟୁସୁଫ କ୍ରିକେଟ ମଇଦାନରେ ବଡ଼ ବଡ଼ ସଟ୍ ମାରି ରେକର୍ଡ କରିଥିବାବେଳେ ନିର୍ବାଚନୀ ମଇଦାନରେ କେତେ ସଫଳ ହେବେ ତାଙ୍କୁ ଏବେ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । କହି ରଖୁଛୁ କି, ପଶ୍ଚିବଙ୍ଗରେ ଟିଏମସିର ଟିକେଟ ଘୋଷଣା। ଆଗାମୀ ଲୋକସଭା ନିର୍ବାଚନରେ ୪୨ ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ତୃଣମୂଳ କଂଗ୍ରେସ। କୁଚବିହାର ଆସନରୁ ଜଗଦୀଶଚନ୍ଦ୍ର ବସୁନିଆ ଟିକେଟ ପାଇଛନ୍ତି। କଂଗ୍ରେସ ନେତା ଅଧୀର ରଂଜନ ଚୌଧରୀଙ୍କ ବିପକ୍ଷରେ ଲଢିବେ ଜଗଦୀଶ ଚନ୍ଦ୍ର ବସୁନିଆ। କୃଷ୍ଣାନଗର ଆସନରୁ ମହୁଆ ମୈତ୍ର ଟିକେଟ ପାଇଛନ୍ତି। ଦମଦମ ଆସନରୁ ସୌଗତ ରାୟ ଟିକେଟ ପାଇଛନ୍ତି। କୋଲସକାତା ଉତ୍ତର ଆସନରୁ ସୁଦୀପ ବନ୍ଦୋପାଧ୍ୟାୟ ଟିକେଟ ପାଇଛନ୍ତି। ହୁଗୁଳି ଆସନରୁ ରଚନା ବାନାର୍ଜୀ ଟିକେଟ ପାଇଛନ୍ତି। ବର୍ଦ୍ଧମାନ ଦୁର୍ଗାପୁର ଆସନରୁ ଭେଟେରାନ କ୍ରିକେଟର କୀର୍ତ୍ତି ଆଜାଦ ଟିକେଟ ପାଇଛନ୍ତି। ଆସନସୋଲ ଆସନରୁ ଶତୃଘ୍ନ ସିହ୍ନା ଟିକେଟ ପାଇଛନ୍ତି। ବୀରଭୂମ ଆସନରୁ ଶତାବ୍ଦୀ ରାୟ ଟିକେଟ ପାଇଛନ୍ତି ।