ଆମେ ଖରାପ, ସେମାନେ ଭଲ, ଏମିତି କହି ବିଜେପି ନେତାଙ୍କୁ ଟାର୍ଗେଟ କଲେ ମଦନ ମିତ୍ର

କୋଲକାତା: ନାରଦ ଷ୍ଟିଙ୍ଗ୍ ଅପରେସନ୍ ମାମଲାରେ ଗିରଫ ହୋଇ ଜେଲରେ ଥିବା ଟିଏମସିର ୪ ନେତା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଚାରି ନେତାଙ୍କ ମଧ୍ୟରୁ ମଦନ ମିତ୍ର ଭାରତୀୟ ଜନତା ପାର୍ଟି ନେତାଙ୍କୁ ନିଶାନାକୁ ନେଇଛନ୍ତି । ସୂଚନାଯୋଗ୍ୟ ୟେ, ସିବିଆଇ ଟିଏମସି ନେତା ଫିରହଦ ହାକିମ୍,ସୁବ୍ରତ ମୁଖାର୍ଜୀ,ବିଧାୟକ ମଦନ ମିତ୍ର ଓ କୋଲକତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ଗିରଫ କରିଥିଲା । ସିବିଆଇ କୋର୍ଟ ଏହି ଚାରି ନେତାଙ୍କୁ ଜାମିନ ପ୍ରଦାନ କରିଥିଲା । କିନ୍ତୁ ପରେ ହାଇକୋର୍ଟ ସେମାନଙ୍କ ଜାମିନକୁ ଖାରଜ କରି ଜେଲକୁ ପଠାଇ ଦେଇଥିଲେ । ଗିରଫ ହେବା ପରେ ହାକିମ୍ ନିଜାମ ପ୍ୟାଲେସ୍ ବାହାରେ କହିଥିଲେ ଯେ, ମୋର ନ୍ୟାୟ ପାଳିକା ଉପରେ ପୂର୍ଣ୍ଣ ଭରସା ରହିଛି । ବିଜେପି ମୋତ ହଇରାଣ କରିବାକୁ କିଛି ମଧ୍ୟ କରିପାରିବ ।

କୋଲକତା ନଗର ନିଗମର ବୋର୍ଡ୍ ଅଫ୍ ଆଡମିନିଷ୍ଟ୍ରେଟର ଶୋଭନ ଚାଟାର୍ଜୀ କହିଥିଲେ ଯେ, ମହାମାରୀ କାଳରେ ସେ ସହର ଲୋକଙ୍କର କୌଣସି ସାହାଯ୍ୟ କରି ପାରୁନଥିବାରୁ ଦୁଃଖିତ । ଅନ୍ୟପକ୍ଷରେ ଟିଏମସି ନେତା ମଦନ ମିତ୍ର କହିଥିଲେ ଯେ, ଆମେ ସମସ୍ତେ ଖରାପ ଲୋକ କିନ୍ତୁ ମୁକୁଲ ଓ ଶୁଭେନ୍ଦୁ ନୁହନ୍ତି।

ବିଜେପିରେ ଅଛନ୍ତି ମୁକୁଲ ଓ ଶୁଭେନ୍ଦୁ

ମୁକୁଲ ରାଏ ଓ ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ଅଛନ୍ତି । ପୂର୍ବରୁ ଟିଏମସିର ଛାମୁଆଁ ନେତା ଥିବା ଏହି ଦୁଇ ଜଣ ମମତାଙ୍କ ସହିତ ମତଭେଦ ପରେ ଦଳତ୍ୟାଗ କରିଥିଲେ । ନିକଟରେ ଶେଷ ହୋଇଥିବା ନିର୍ବାଚନରେ ମମତାଙ୍କୁ ନନ୍ଦିଗ୍ରାମ ଆସନରୁ ଶୁଭେନ୍ଦୁ ପରାସ୍ତ କରିଥିଲେ । ଏହି ଦୁଇ ନେତା ନାରଦ ଷ୍ଟିଙ୍ଗ୍ ଅପରେସନ କାଳରେ ଟିଏମସିରେ ଥିଲେ । ଅନ୍ୟପକ୍ଷରେ ଚାଟାର୍ଜୀ କହିଛନ୍ତି ଯେ, ମୁଁ ଡକାଏତ ନୁହେଁ । ମୁଁ କିଛି ମଧ୍ୟ ଭୁଲ କରିନାହିଁ ଯେ,ସିବିଆଇ ମୋତେ ଗିରଫ କରିବାକୁ ମୋ ବେଡ୍ ରୁମ ଭିତରକୁ ଆସିବ ।

Leave a Reply