ନିର୍ବାଚନୀ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ମନେ ରହିବେ ଶେଷାନ୍

1 min read

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟି. ଏନ. ଶେଷାନଙ୍କ ପରଲୋକ। ୮୬ ବର୍ଷ ବୟସରେ ଚେନ୍ନାଇରେ ତ୍ୟାଗ କଲେ ଶେଷ ନିଶ୍ୱାସ । ୧୯୫୫ ବ୍ୟାଚର ଆଇଏଏସ୍ ଶେଷାନ୍  । ନିର୍ବାଚନୀ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ତାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଲାଗି ସେ ବେଶ୍‌ ଚର୍ଚ୍ଚିତ ହୋଇଥିଲେ । ଦେଶର ୧୦ମ ମୁଖ୍ୟ ନିର୍ବାଚନ କମିଶନର ଶେଷାନ୍, ୧୯୯୦ରୁ ୧୯୯୬ ଯାଏଁ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ସମୟରେ ନିର୍ବାଚନ ଆଚରଣବିଧିର କଡ଼ା କଡ଼ି ପାଳନ, ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ନିର୍ଦ୍ଧାରଣ, ଯୋଗ୍ୟ ଭୋଟରଙ୍କୁ ଭୋଟର ଆଇଡି ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କେନ୍ଦ୍ର କ୍ୟାବିନେଟ୍‌ ସଚିବ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ । ସେ କେନ୍ଦ୍ର ସରକାରଙ୍କ ପ୍ଳାନିଂ କମିଟିର ସଦସ୍ୟ ମଧ୍ୟ ଥିଲେ । ସେ ୧୯୯୬ ରମନ୍‌ ମାଗାସେସ୍‌ ପୁରସ୍କାର ଲାଭ କରିଥିଲେ । ମାତ୍ର ତାଙ୍କ ଶେଷ ଜୀବନ ବେଶ୍‌ ଯନ୍ତ୍ରଣା ଦାୟକ ଥିଲା । ନିଃସନ୍ତାନ ଥିବା ଶେଷାନ ଜୀବନର ଶେଷ ସମୟରେ ବୃଦ୍ଧାଶ୍ରମରେ ରହୁଥିଲେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ')}

Leave a Reply