କିଏ ଜିତିବ ନଗଡ଼ାବାସୀଙ୍କ ହୃଦୟ ?

ଯାଜପୁର: ପଞ୍ଚାୟତ ନିର୍ବାଚନ ପାରା ବଢୁଥିବା ବେଳେ ଯାଜପୁର ଜିଲ୍ଲାର ଫୋକସ୍‌ରେ ରହିଛି ନଗଡ଼ା । କିଏ ଜିତିବ ନଗଡ଼ାବାସୀଙ୍କ ମନ । କାହାକୁ ସମର୍ଥନ କରିବେ ନଗଡା ଲୋକ । ଏନେଇ ଅଙ୍କକଷା ଆରମ୍ଭ କରି ଦେଲେଣି ପ୍ରାର୍ଥୀ । ସେପଟେ ବିଗତ ଦିନରେ ବିକାଶ ଦେଖିଥିବା ନଗଡ଼ାବାସୀ, ବିକାଶକୁ ଆଧାର କରି ପ୍ରାର୍ଥୀ ଚୟନ କରିବେ ବୋଲି କହିଛନ୍ତି ।

ପଚାୟତ ନିର୍ବାଚନ ପାଇଁ ଚଳଚଞ୍ଚଳ ନଗଡ଼ା । କିଏ ନଗଡ଼ାବାସୀଙ୍କୁ କରିବ ନିଜର । କାହା ଖାତାକୁ ଯିବ ସମର୍ଥନ । ପଞ୍ଚାୟତ ନିର୍ବାଚିନ ଯେତିକି ପାଖେଇ ଆସୁଛି, ଅପପୃଷ୍ଟି ଇଲାକାକୁ ସେତିକି ଛୁଟୁଛି ପ୍ରାର୍ଥୀ ଓ ସମର୍ଥକ ସୁଅ । ବିକାଶକୁ ମୁଦ୍ଦା କରି ଭୋଟ ହାତେଇବାକୁ ବିଜେଡି ସଜବାଜ ହେଇଥିବା ବେଳେ ବିକାଶର ସ୍ବାଦ ଚାଖିଥିବା ନଗଡ଼ାବାସୀ ବି ମତ ସାବ୍ୟସ୍ତ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ସୁକିନ୍ଦା ବ୍ଲକ୍ ଚିଙ୍ଗୁଡ଼ିପାଳ ପଞ୍ଚାୟତରେ ରହିଛି ଚର୍ଚ୍ଚିତ ନଗଡ଼ା । ଗୋଟିଏ ଓ୍ବାର୍ଡ । ଲୋକ ସଂଖ୍ୟା ୪୧୦ ହୋଇଥିବା ବେଳେ ରହିଛନ୍ତି ୨୧୦ ଭୋଟର । ୨୦୧୬ରେ ନଗଡ଼ାର ନଗ୍ନ ଚିତ୍ର ସାମ୍ନାକୁ ଆସିବା ପରେ ଅପହଞ୍ଚ ଇଲାକାର ଉନ୍ନତି ପାଇଁ ଅଣ୍ଟା ଭିଡିଥିଲେ ରାଜ୍ୟ ସରକାର । ପରେ ନଗଡ଼ା ଦେଖିଥିଲା ବିକାଶ ବହୁମୁଖୀ ଚିତ୍ର । ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି ମୌଳିକ ସୁବିଧାର ସମାଧାନ ହୋଇଛି । ସେପଟେ ବାକି ରହିଥିବା ଉନ୍ନୟନ କାମକୁ ପୂରା କରିବାକୁ ପ୍ରାର୍ଥୀ ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ମନାଇବାକୁ ଚଳାଇଛନ୍ତି ଉଦ୍ୟମ ।

Leave a Reply