spot_img

Latest Posts

ସାରା ଦେଶରେ ପାଳନ ହେଉଛି ବିଜୟ ଦିବସ

ନୂଆଦିଲ୍ଲୀ: ସାରା ଦେଶରେ ବିଜୟ ଦିବସ । ୧୯୭୧ ଯୁଦ୍ଧରେ ପାକିସ୍ତାନ ବିରୋଧରେ ଭାରତର ବିଜୟକୁ ସ୍ମରଣ କରିବା ଲାଗି ଏହି ସମାରୋହ ପାଳନ କରାଯାଇଛି । ୧୯୭୧ର ଲୋମଟାଙ୍କୁରା ଯୁଦ୍ଧରେ ସୃଷ୍ଟି ହୋଇଥିଲା ବାଂଲାଦେଶ । ପ୍ରତିବର୍ଷ ଡିସେମ୍ବର ୧୬ରେ ଏହି ଦିବସ ପାଳିତ ହେଉଛି । ଯୁଦ୍ଧରେ ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି । ୧୯୭୧ ଡିସେମ୍ବର ୧୬ରେ ପୂର୍ବ ପାକିସ୍ତାନରୁ ବାଂଲାଦେଶର ସୃଷ୍ଟି ହୋଇଥିଲା । ପାକିସ୍ତାନର ଲଜ୍ଜାଜନକ ପରାଜୟ ସହ ଭାରତ ଚାଖିଥିଲା ବିଜୟର ସ୍ବାଦ । ଯୁଦ୍ଧରେ ୯୩ ହଜାର ସୈନ୍ୟଙ୍କ ସହ ପାକିସ୍ତାନ ସଶସ୍ତ୍ର ବାହିନୀର ମୁଖ୍ୟ ଜେନେରାଲ ଅମିର ଅବଦୁଲ୍ଲା ଖାଁ ନିଆଜି ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ ।

ବାଂଲାଦେଶରେ ବି ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରାଯାଉଛି । ପୂର୍ବ ପାକିସ୍ତାନ ବିରୋଧରେ ପାକିସ୍ତାନର ଜେନେରାଲ ୟାହିଆ ଖାଁଙ୍କ ନେତୃତ୍ବରେ ପାକିସ୍ତାନ ସେନା ଗଣହତ୍ୟା ଜାରିରଖିଥିଲା । ତେବେ ଭାରତର ହସ୍ତକ୍ଷେପ ପରେ ଏହି ଗଣହତ୍ୟା ବନ୍ଦ ହେବା ସହ ଯୁଦ୍ଧର ଅବସାନ ହୋଇଥିଲା । ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ ଜେନେରାଲ ଅନିଲ ଚୌହ୍ବାନ, ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ବାୟୁସେନା ଭାଇସ ଚିଫ ଏୟାର ମାର୍ଶାଲ ଅମରପ୍ରୀତ ସିଂ, ନୌସେନା ମୁ୍ଖ୍ୟ ଆଡମିରାଲ ଆର. ହରିକୁମାର ପ୍ରମୁଖ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Latest Posts

Don't Miss