spot_img

Latest Posts

ଆଜି ଆସିବ ଦିଲ୍ଲୀ ନିର୍ବାଚନ ତାରିଖ

ନନ୍ଦିଘୋଷ ବ୍ୟୁରୋ: ଆଜି ଆସିବ ଦିଲ୍ଲୀ ନିର୍ବାଚନ ତାରିଖ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ପ୍ରେସମିଟ କରି ନିର୍ବାଚନ ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ କମିଶନ। ଅପରାହ୍ନ ୨ଟାରେ ପ୍ରେସମିଟ କରିବେ ଭାରତୀୟ ନିର୍ବାଚନ କମିଶନ। ଗୋଟିଏ ପର୍ଯ୍ୟାୟରେ ହୋଇପାରେ ଭୋଟଗ୍ରହଣ। ସେପଟେ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଦିଲ୍ଲୀରେ ରାଜନୀତି ସରଗରମ ହୋଇଛି । ଆପ, କଂଗ୍ରେସ ଏବଂ ବିଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଆଗୁଆ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବାବେଳେ ପ୍ରଚାର ମଧ୍ୟ ଜୋରଦାର ଆରମ୍ଭ ହେଲାଣି । ଦିଲ୍ଲୀରେ ୭୦ ଆସନ ରହିଥିବାବେଳେ ଚଳିତ ନିର୍ବାଚନରେ ଜୋରଦାର ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି । କାରଣ ଏହି ତିନି ଦଳ ଜୋରଦାର ପ୍ରଚାର କରିଛନ୍ତି । ଦିଲ୍ଲୀର ମୋଟ ଭୋଟରଙ୍କ ସଂଖ୍ୟା ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ।

ଦୁଇଟି ନିର୍ବାଚନରେ ଅର୍ଥାତ ୨୦୧୫ ଏବଂ ୨୦୨୦ ନିର୍ବାଚନରେ ଏକାକି ବଡ଼ ବିଜୟ ହାସଲ କରିଛି ଆପ । ୭୦ ଆସନରୁ ୨୦୧୫ରେ ୬୭ ଆସନ ଜିତି ରେକର୍ଡ କରିଥିଲା ଆପ । କାରଣ ଦିଲ୍ଲୀ ରାଜେନୖତିକ ଇତିହାସରେ ପୂର୍ବରୁ କୌଣସି ଦଳ ଏତେ ଆସନ ଜିତୁନଥିଲେ । ସେପଟେ ୨୦୨୦ ନିର୍ବାଚନରେ ଆପ ୬୨ ଆସନ ଜିତିଥିଲା । ଗତ ନିର୍ବାଚନରେ କଂଗ୍ରେସ ଖାତା ଖୋଲିନଥିଲା । ମାତ୍ର ଏଥରକ କଂଗ୍ରେସ ନିଜର ପୁରୁଣା କର୍ମୀଙ୍କ ଟିକେଟ ଦେଇଥିବାବେଳେ ନିଜର ରଣନୀତିରେ ପରିବର୍ତ୍ତନ କରିଛି ।

Latest Posts

Don't Miss