ଆଜି ରାଞ୍ଜିରେ ଶକ୍ତି ପ୍ରଦର୍ଶନ କରିବ ଇଣ୍ଡିଆ ମେଣ୍ଟ

ରାଞ୍ଚି: ଆଜି ଝାରଖଣ୍ଡ ରାଞ୍ଚିରେ ଶକ୍ତି ପ୍ରଦର୍ଶନ କରିବ ଇଣ୍ଡିଆ ମେଣ୍ଟ । ଏକ ବିଶାଳ ରାଲିରେ ସାମିଲ ହେବେ ଏନଡିଏ ବିରୋଧୀ ନେତା । ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ଲାଲୁ ପ୍ରସାଦ ୟାଦବ, ଫାରୁକ ଅବଦୁଲ୍ଲା, ଅଖିଳେଶ ୟାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ପତ୍ନୀ ସୁନିତା କେଜ୍ରିଓ୍ବାଲ ସମେତ ୧୪ଟି ପାର୍ଟିର ନେତା ସାମିଲ ହେବାର ସୂଚନା ରହିଛି ।

ଜେଏମଏମର ଡାକରାରେ ଏହି ରାଲି ଅନୁଷ୍ଠିତ ହେବ । ୨୮ଟି ପାର୍ଟି ଏହି ରାଲିକୁ ସମର୍ଥନ କରିଥିବା ଜଣାପଡିଛି । ପାଞ୍ଚ ଲକ୍ଷରୁ ଅଧିକ ଲୋକ ଏହି ରାଲିରେ ସାମିଲ ହେବେ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା । ଦେଶବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଏକଛତ୍ରବାଦୀ ଶାସନ ବିରୋଧରେ ଏହି ରାଲି କରାଯାଉଥିବା କହିଛନ୍ତି ରାହୁଲ । ଏହାସହ ଚଳିତ ନିର୍ବାଚନକୁ ନେଇ ମଧ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯିବା ନେଇ ରୋଡମ୍ୟାପ ରହିଛି ।