ଆଜି ଇଣ୍ଡିଆ ମେଣ୍ଟର ବୈଠକ, ଆସନ ବୁଝାମଣା ନେଇ ହେବ ଆଲୋଚନା

1 min read

ନନ୍ଦିଘୋଷ ବ୍ୟୁରୋ: ୨୦୨୪ ଲାଗି ବଢିଲା ପ୍ଲାନ । ଆଜି ବୈଠକରେ ଉପନୀତ ହେବେ ଇଣ୍ଡିଆ ମେଣ୍ଟ ନେତା । ବିଭିନ୍ନ ଦଳ ମଧ୍ୟରେ ଆସନ ବୁଝାମଣା ନେଇ ବୈଠକରେ ଆଲୋଚନା ହେବ । ନିଜ ନିଜ ରାଜ୍ୟରେ ଆଞ୍ଚଳିକ ଦଳ ଦବଦବା ରଖିବା ଲାଗି ଅଧିକ ଆସନ କଂଗ୍ରେସକୁ ଛାଡିବାକୁ ପ୍ରସ୍ତୁତ ନଥିବାରୁ ସମସ୍ୟା ବଢିବାରେ ଲାଗିଛି । ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ବିହାରରେ କଂଗ୍ରେସକୁ ଅଧିକ ଆସନ ଛାଡିବା ଲାଗି ସହଯୋଗୀ ଦଳ ପ୍ରସ୍ତୁତ ନାହାନ୍ତି । ପଶ୍ଚିମବଙ୍ଗରେ କେବଳ ମାଲଦା ଦକ୍ଷିଣ ଓ ବରହମପୁର ଆସନକୁ କଂଗ୍ରେସକୁ ଦେବା ଲାଗି ଟିଏମସି ଚାହୁଁଛି । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ସମଝୋତା ହୋଇପାରିନାହିଁ । ସେହିପରି ଉତ୍ତର ପ୍ରଦେଶ ଓ ବିହାରରେ ବି କଂଗ୍ରେସକୁ ଅଧିକ ଆସନ ଛାଡିବା ଲାଗି ରାଜିନାହାନ୍ତି ସମାଜବାଦୀ ପାର୍ଟି, ଆରଜେ଼ଡି ଓ ଜେଡିୟୁ । ସେପଟେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି- ତାଙ୍କ ଦଳ ୨୫୫ ଆସନରେ ଲଢେଇ ଲାଗି ନିର୍ଣ୍ଣୟ କରିଛି । ଯଦି ୨୫୫ ଆସନରେ କଂଗ୍ରେସ ଲଢିବ ତେବେ ସ୍ବାଧୀନତା ପରେ ଏହା ହେବ ଦଳ ଲଢୁଥିବା ସବୁଠାରୁ କମ୍ ଆସନ ।