ଆଜି ଉଦଘାଟିତ ହେବ ଖେଲୋ ଇଣ୍ଡିଆ, ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ଉଦଘାଟନ ହେବ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍‌ । ସାରା ଦେଶର ବହୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ଏହି ମେଗା ଇଭେଣ୍ଟ ଆଜି ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଘାଟନ ହେବାକୁ ଯାଉଛି । ଭିଡିଓ କନଫରେସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ କିରନ ରଜ୍ଜୁ ପ୍ରମୁଖ ଉପସ୍ଥିତ ରହିବେ ।

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମରେ ୪ ହଜାରରୁ ଅଧିକ ଖେଳାଳି ଯୋଗ ଦେଇଛନ୍ତି । ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମରେ ୧୭ଟି ବର୍ଗରେ ବିଭିନ୍ନ ଖେଳ ହେବ । ସମସ୍ତ ଖେଳ କଟକ ଓ ଭୁବନେଶ୍ୱରରେ ଆୟୋଜିତ ହେବ । ଖେଲୋ ଇଣ୍ଡିଆ ଗେମର ପ୍ରଥମ ଏଡିସନ ଓଡ଼ିଶାରେ ଖେଳାଯାଉଥିବାରୁ ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଆଜି ଏହି ପ୍ରତିଯୋଗିତା ଔପଚାରିକ ଭାବେ ଉଦଘାଟିତ ହେବାକୁ ଥିବାବେଳେ ଗତକାଲି ୪ଟି ଭିନ୍ନ ଭିନ୍ନ ଇଭେଣ୍ଟରେ ଖେଳାଯାଇଛି ।

ସେପଟେ ଖେଳ ଇଣ୍ଡିଆ ୟୁନିଭରସିଟି ଗେମ୍‌ ପାଇଁ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply