ଆଜି ବିଶ୍ୱ କର୍କଟ ଦିବସ, ପ୍ରତି ୬ ଜଣରେ ଜଣେ କର୍କଟ ରୋଗରେ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ବିଶ୍ୱ କର୍କଟ ଦିବସ । କ୍ୟାନସର ବା କର୍କଟ ହେଉଛି ପ୍ରାଣଘାତୀ ରୋଗ । ଦେଶରେ ଏହି ରୋଗରେ ସର୍ବାଧିକ ଲୋକଙ୍କର ଜୀବନ ଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି ୬ ଜଣରେ ଜଣେ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି । ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ପାଳିତ ହେଉଛି ବିଶ୍ୱ କ୍ୟାନସର ଦିବସ । ଲୋକଙ୍କୁ ସଠିକ ଭାବେ ସଚେତନ କରିବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ ।

ଏହି ମାରାତ୍ମକ ରୋଗ ବିରୋଧରେ ମିଳିତ ଲଢ଼େଇର ଆବଶ୍ୟକତା ରହିଛି । ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ଅନେକ ଭୁଲ ଧାରଣା ରହିଛି । ଯାହାକୁ ଦୂରେଇ ସଚେତନ ହେବାର ଆବଶ୍ୟକତା ରହିଛି । ଏବେ ବିଶେଷକରି ରକ୍ତ, ମୁଖ ଗହ୍ୱର ଓ ଜରାୟୁ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଓଡ଼ିଶାରେ କ୍ୟାନସର ଚିକିତ୍ସା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ରୋଗର ନିରୂପଣ ଓ ସଫଳ ଚିକିତ୍ସା ପାଇଁ ଉପଲବ୍ଧ ରହିଛି ବ୍ୟବସ୍ଥା । ପେଟ୍ ସିଟିସ୍କାନ, ଏମଆରଆଇ ମେସିନ ଆଦି ସହଜରେ ଉପଲବ୍ଧ ହେଉଛି ।