ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ନିର୍ବାଚନ

1 min read

ନନ୍ଦିଘୋଷ ବ୍ୟୁରୋ: ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ନିର୍ବାଚନ । ଗତକାଲି ପ୍ରାର୍ଥୀପତ୍ର ଯାଞ୍ଚ ସରିବା ପରେ ଆଜି ହେବ ନିର୍ବାଚନ । ପ୍ରଧାନମନ୍ତ୍ରୀ ପଦବୀ ଲାଗି ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ ଦଳ ପକ୍ଷରୁ ଶେହବାଜ ସରିଫଙ୍କ ନାମ ଘୋଷଣା କରାଯାଇଛି । ୭୨ ବର୍ଷ ବୟସ୍କ ଶେହବାଜ ଜିତିବା ଏକରକମ ନିଶ୍ଚିତ ହୋଇଛି । ତେଣେ ପାକିସ୍ତାନ ତେହରିକ ଇ ଇନସାଫ ସମର୍ଥିତ ସୁନ୍ନି ଇତିହାଦ କାଉନସିଲ  ପକ୍ଷରୁ ଓମର ଆୟୁବ ଖାଁଙ୍କ ବି ପ୍ରାର୍ଥୀ କରାଯାଇଛି । ପିଏମଏଲ-ଏନ ପ୍ରାର୍ଥୀଙ୍କୁ ସମର୍ଥନ କରୁଛି ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରୀ ନେତୃତ୍ବାଧୀନ ପାକିସ୍ତାନ ପିପୁଲସ ପାର୍ଟି । ୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ମ୍ୟାଜିକ ନମ୍ବର ହେଉଛି ୧୩୩ । ପିଏମଏଲ-ଏନ ୭୫ ଓ ପିପିପି ୫୪ ଆସନ ହାସଲ କରିଛନ୍ତି  । ପିଟିଆଇ 93 ଆସନ ଓ ମୁତାହିଦା କ୍ବାମି ମୁଭମେଣ୍ଟ ୧୭ ଆସନ ହାସଲ କରିଛନ୍ତି ।  ୨୦୨୨ରୁ ୨୦୨୩ ଯାଏ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୦୮ରୁ ୨୦୧୩ ଯାଏ ଜର୍ଦ୍ଦାରୀ ଥିଲେ ରାଷ୍ଟ୍ରପତି ।