ନନ୍ଦିଘୋଷ ବ୍ୟୁରୋ: ଦିନକ ପରେ ବାରବାଟିରେ ହାଇଭୋଲଟେଡ ଟକ୍କର। ୯ରେ ହେବ ଚୌକା ଛକା ବର୍ଷା । ସିରିଜର ପ୍ରଥମ ଟି-ଟ୍ବେଣ୍ଟିରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଆସନ୍ତାକାଲି ରହିଛି ଉଭୟ ଦଳର ଅଭ୍ଯାସ । ସୁରକ୍ଷା ପାଇଁ ଭୁବନେଶ୍ବରରୁ କଟକ ଯାଏଁ କାରକେଡ୍ ରିହର୍ସାଲ । ହାତରେ ଟିକେଟ ଧରି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ । ଦେଶ ବିଦେଶରୁ ଦର୍ଶକ କଟକ ଆସିବେ । ଏଥିପାଇଁ ଷ୍ଟାଡିୟମ ଠାରୁ ହୋଟେଲ ଚାରିଆଡେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେଣୁ ସୁରକ୍ଷାକୁ ନେଇ ସଜାଗ ପୋଲିସ ଓ ଅଗ୍ନିଶମ ବାହିନୀ । ଅଧିକାରୀଙ୍କ ସହ ଷ୍ଟାଡିୟମ ବୁଲି ସ୍ଥିତି ଅନୁଧ୍ଯାନ କରିଛନ୍ତି ଅଗ୍ନିଶମ ଡିଜି । ଷ୍ଟାଡିୟମର ଭିଭିଆଇପି ଷ୍ଟାଣ୍ଡ, ଓସିଏ ବକ୍ସ, ବିଭିନ୍ନ ଗ୍ୟାଲେରୀ ଓ ପଡିଆ ବୁଲି ତନ୍ନତନ୍ନ ଯାଞ୍ଚ କରିଛନ୍ତି । ସୁରକ୍ଷା ବଳୟରେ ରହିବ କଟକ ବାରବାଟି ଷ୍ଟାଡିୟମ । ଦୁଇଦଳର ଅଭ୍ଯାସ ଦେଖିବାକୁ ଦର୍ଶକଙ୍କ ପାଇଁ ଖୋଲା ରହିବ ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି। ସେପଟେ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା।
ବାରବାଟୀ ଟି-ଟ୍ଵେଣ୍ଟି ପାଇଁ ଭୁବନେଶ୍ଵରରେ ପହଞ୍ଚିଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ଯା। ଗତକାଲି ରାତିରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ହୋଟେଲକୁ ଯାଇଥିଲେ। କ୍ରିକେଟର ଆସୁଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କ୍ରିକେଟରଙ୍କୁ ଦେଖିବାକୁ ବହୁ ଫ୍ୟାନ ଜମା ହୋଇଥିଲେ। … ଆସନ୍ତା ମଙ୍ଗଳବାର ୯ ତାରିଖରେ ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ଵେଣ୍ଟି। ଆଜି ବାକି ଖେଳାଳି ଆସିବେ ବୋଲି ଜଣାପଡ଼ିଛି। ମ୍ୟାଚ ପାଇଁ ବାରବାଟୀ ପ୍ରସ୍ତୁତ ହୋଇ ରହିଛି।

