ମୌସୁମୀ ଅଧିବେଶନ: ସ୍ବାଭାବିକ ଭାବେ ଗୃହ ଚାଲିବାକୁ ଦେବେ ତ ବିରୋଧୀ ?

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ରହିଛି ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ପଞ୍ଚାୟତିରାଜ, ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ, ବୈଷୟିକ ଶିକ୍ଷା, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।

ଏହାସହ ଶିକ୍ଷକ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ ଅଣାଯାଇଛି । ମୌସୁମୀ ଅଧିବେଶନରେ ଜାଣିଶୁଣି ପ୍ରଶ୍ନକାଳକୁ ବିଜେପି ଚଳାଇଦେଉନଥିବା ଅଭିଯୋଗ ହୋଇଛି । ବିଜେପିର କାର୍ଯ୍ୟକଳାପରେ ଗତକାଲି ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଆଜି ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ସ୍ବାଭାବିକ ଚାଲିବ ନା ପୁରୁଣା ଷ୍ଟ୍ରାଟେଜୀକୁ ବିରୋଧୀ ଆପଣାଇ ହଟ୍ଟଗୋଳ କରିବେ ତାହା ଉପରେ ନଜର ରହିଛି ।