ବ୍ୟବସାୟ ଓ ଚାକିରି ଉଭୟ କ୍ଷେତ୍ରରେ ସହଯୋଗ ଏବଂ ଲାଭ ପାଇବେ, ଦୂର ହେବ ଅର୍ଥଚିନ୍ତା

1 min read

ମେଷ

ଅଶ୍ୱିନୀ ନକ୍ଷତ୍ର- ଅଂଶୀଦାର ବ୍ୟବସାୟରେ ବିଶେଷ ଲାଭବାନ ହେବେ ନାହିଁ । ମୋଟରଯାନ ଓ କଳ କାରଖାନା ସମ୍ବନ୍ଧୀୟ କ୍ଷେତ୍ରରେ ନିଯୁକ୍ତି ପାଇବେ । ଆର୍ଥିକ ସହାୟତା ଓ ଲୋକ ସମ୍ପର୍କ ବୃଦ୍ଧି ହେବ ।

ଦ୍ୱିଜା ନକ୍ଷତ୍ର- ଧର୍ମ କାର୍ଯ୍ୟରେ ମନ ବଳାଇବେ । ଭବିଷ୍ୟତର ଯୋଜନାରେ ସଫଳ ହେବେ । କର୍ମ କ୍ଷେତ୍ରରେ ଶୁଭ ପ୍ରଭାବ ରହିବ ।

କୃତ୍ତିକା ନକ୍ଷତ୍ର- ଚାକିରି କ୍ଷେତ୍ରରେ ଉତ୍ତମ ଫଳ ପାଇବେ । ଯଶ କୀର୍ତ୍ତି ସମ୍ମାନ, ଅର୍ଥ ଏବଂ ପ୍ରତିଷ୍ଠା ପ୍ରାପ୍ତ ହେବ । ଚର୍ମ ରୋଗରେ ପୀଡ଼ିତ ହୋଇପାରନ୍ତି ।

ଶୁଭ ରଙ୍ଗ- ହଳଦିଆ । କିଛି ଗୁଡ଼ ଦାନ କରନ୍ତୁ ଶୁଭଫଳ ବୃଦ୍ଧି ହେବ ।

ବୃଷ

କୃତ୍ତିକା ନକ୍ଷତ୍ର- ଶାରୀରିକ ଅସୁସ୍ଥତାକୁ ନେଇ ମନ ଭାରାକ୍ରାନ୍ତ ରହିବ । ଆର୍ଥିକ ସ୍ଥିତି ଦୁର୍ବଳ ହେବ । କର୍ମ କ୍ଷେତ୍ରରେ ଅଶୁଭ ପ୍ରଭାବ ଅନୁଭୂତ ହେବ ।

ରୋହିଣୀ ନକ୍ଷତ୍ର- ବ୍ୟବସାୟ ବାଣିଜ୍ୟରେ ସମ୍ୟକ ଲାଭ ପାଇବେ । ବ୍ୟୟଭାର ବଢ଼ିବ, ଯାନବାହାନ ଜନିତ କ୍ଷୟକ୍ଷତି ଓ ମାନ ସମ୍ମାନ କ୍ଷୁର୍ଣ୍ଣ ସୂଚନା ରହିବ ।

ମୃଗଶିରା ନକ୍ଷତ୍ର- ଭାଇ ଭଉଣୀ ମାନଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ । ଉଦରପୀଡ଼ି ଅନୁଭୂତ କରିବେ । ବ୍ୟବସାୟରେ ଲାଭ ହେବ । ମହିଳାମାନେ ସୂଚାରୁ ରୂପେ ପରିବାର ତୁଲାଇବେ ।

ଶୁଭ ରଙ୍ଗ- ସବୁଜ । ସୂର୍ଯ୍ୟଦେବ ଏବଂ ବିଷ୍ଣୁ ଭଗବାନଙ୍କୁ ପୂଜାର୍ଚ୍ଚନା କରନ୍ତୁ ।

ମିଥୁନ

ମୃଗଶିରା ନକ୍ଷତ୍ର- ବହୁଦିନର ପୁରାତନ ରୋଗର ଉପଶମ ହେବ । ଜଳଜାତ ଦ୍ରବ୍ୟର ବ୍ୟବସାୟରେ ଉନ୍ନତି କରିବେ । କାର୍ଯ୍ୟରେ ସଫଳତା ମିଳିବ ।

ଆଦ୍ରା ନକ୍ଷତ୍ର- ଚାକିରି କ୍ଷେତ୍ରରେ ପଦୋନ୍ନତିର ସୂଚନା ମିଳିବ । ବିବାହ ସ୍ଥିରୀକୃତ ହେବ । ମାତ୍ର ଆର୍ଥିକ ଦୁର୍ବଳତା ରହିବ ।

ପୂନର୍ବସୁ ନକ୍ଷତ୍ର- ଅବିବାହିତମାନଙ୍କର ବିବାହ ସ୍ଥିରୀକୃତ ହେବ । ଉଦ୍ୟମରେ ସଫଳତା ଓ ସହଯୋଗ ପ୍ରାପ୍ତି ହେବ । ମହିଳାମାନେ ନୂତନ କର୍ମ ନିଯୁକ୍ତି ପାଇବେ ।

ଶୁଭ ରଙ୍ଗ- ହଳଦିଆ । ଲୁହାର ଦ୍ରବ୍ୟ ବ୍ରାହ୍ମଣଙ୍କୁ ଦାନ କରନ୍ତୁ ।

କର୍କଟ

ପୂନର୍ବସୁ ନକ୍ଷତ୍ର- ବ୍ୟବସାୟ ଏବଂ ଚାକିରି ଉଭୟ କ୍ଷେତ୍ରରେ ସହଯୋଗ ଏବଂ ଲାଭ ପାଇବେ । ମାତ୍ର ଚର୍ମରୋଗ ଏବଂ ଆଣ୍ଠୁ ଗଣ୍ଠି ଜନିତ ପିଡ଼ା ଭୋଗିବେ ।

ପୂଷ୍ୟା ନକ୍ଷତ୍ର- ବ୍ୟବସାୟରେ ଅହେତୁକ ଲାଭ ପାଇବେ । ଚାକିରିରେ ପଦ ମର୍ଯ୍ୟାଦା ପାଇବେ । ଯାନବାହାନ କ୍ରୟ କରିବେ ।

ଅଶ୍ଲେଷା ନକ୍ଷତ୍ର- ବିଳାସ ବ୍ୟସନରେ ଜୀବନଯାପନ କରିବେ । ଧର୍ମ ସମ୍ବନ୍ଧୀୟ ଦୂରଯାତ୍ରା କରିବେ । ବିଦ୍ୟାର୍ଥୀ ମାନଙ୍କର ପଢାପଢିରେ ମନ ନିବେଶ ବଢ଼ିବ ।

ଶୁଭ ରଙ୍ଗ- ସବୁଜ । ଚମଡ଼ାର ଚପଲ ଦାନ କରନ୍ତୁ ରିଷ୍ଟ ଖଣ୍ଡନ ହେବ ।

ସିଂହ

ମଘା ନକ୍ଷତ୍ର- ଭାଗ୍ୟଦେବୀ ଆପଣଙ୍କ ଉପରେ ସଦୟ ରହିବେ । କର୍ମ ଜୀବନ ଓ ସାମାଜିକ ଜୀବନରେ ଶୁଭଫଳ ମିଳିବ । ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ।

ପୂର୍ବା ଫାଲଗୁନି ନକ୍ଷତ୍ର- ଉତ୍ତମ ଜ୍ଞାନ କୌଶଳ ଆହାରଣ କରି ବ୍ୟବସାୟିକ ପ୍ରଯୁକ୍ତି କ୍ଷେତ୍ରରେ ସଫଳ ହେବେ । ପୂର୍ବରୁ କରିଥିବା ଋଣ ପରିଷୋଧ କରିବେ, ଭାଗ୍ୟସାଥ ଦେବ ।

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇବାର ସୁଯୋଗ ପରିଲକ୍ଷିତ ହେବ । ପାରିବାରିକ କ୍ଷେତ୍ରରେ ଶୁଭତ୍ୱ ଅନୁଭୂତ ହେବ । ମାତ୍ର ଭାଗିଦାରୀ ବ୍ୟବସାୟରେ କ୍ଷତି ହେବ ।

ଶୁଭ ରଙ୍ଗ- କମଳା । ଘାତଚନ୍ଦ୍ର ରହିଛି ଶିବ ମନ୍ଦିରରେ ରକ୍ତ ଚନ୍ଦନ କାଠ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହେବ ।

କନ୍ୟା

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଶାରୀରିକ ଅସୁସ୍ଥତା ଦେଖାଦେବ । କର୍ମକ୍ଷେତ୍ରରେ କର୍ମଚାପ ବଢିବ । ମନକୁ ଅଯଣା ଭୟ ଆକ୍ରାନ୍ତ କରିବ ।

ହସ୍ତା ନକ୍ଷତ୍ର- ଠିକା ବ୍ୟବସାୟରେ ମନ ମୁତାବକ ଲାଭ ପାଇବେ । ମହିଳାମାନେ ନିଜର ବନ୍ଧୁ ପରିଜନରେ ପ୍ରଶଂସିତ ହେବେ । ବିଦ୍ୟାର୍ଥୀଙ୍କର ଅଧିକ ଶୁଭ ହେବ ।

ଚିତ୍ରା ନକ୍ଷତ୍ର- ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ମନ ଭାରାକ୍ରାନ୍ତ ରହିବ । ବ୍ୟବସାୟୀ ମାନ୍ଦାବସ୍ଥାର ସମ୍ମୁଖୀନ ହେବେ । ଗୁଣିଗାରେଡ଼ି ଭୟ ରହିବ ।

ଶୁଭ ରଙ୍ଗ- ଇଷତ୍ କଳା । ଶଙ୍ଖଟିଏ କୌଣସି ମନ୍ଦିରରେ ଦାନ କରନ୍ତୁ ।

ତୁଳା

ଚିତ୍ରା ନକ୍ଷତ୍ର- ଚାକିରି ବ୍ୟବସାୟରେ ଉନ୍ନତି । ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡ଼ା ଯୋଗ ରହିବ ।

ସ୍ୱାତୀ ନକ୍ଷତ୍ର- କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ ରହିବ । ଆର୍ଥିକ ପରିସ୍ଥିତି ଭଳ ରହିବ । ଶିକ୍ଷାର୍ଥୀ ନୂତନ ଜ୍ଞାନକୌଶଳ ପ୍ରୟୋଗ କରିବେ ।

ବିଶାଖା ନକ୍ଷତ୍ର- ଭ୍ରମଣ କଷ୍ଟ ଏବଂ ଶରୀର ପିଡ଼ା ରହିବ ମାତ୍ର ଆର୍ଥିକ ସ୍ୱଚ୍ଛଳତା ସହିତ ବ୍ୟବସାୟରେ ଉନ୍ନତି ହେବ ।

ଶୁଭ ରଙ୍ଗ- ସବୁଜ । ସବୁଜ ରଙ୍ଗର ବସ୍ତ୍ର କୌଣସି କିନ୍ନରଙ୍କୁ ଦାନ କରନ୍ତୁ ।

ବିଛା

ବିଶାଖା ନକ୍ଷତ୍ର- କର୍ମକ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ ସ୍ଥିତି ଭଲ ରହିବ ମାତ୍ର କିଛି ଭୁଲ ବୁଝାମଣାର ଶିକାର ହୋଇପାରନ୍ତି ସତର୍କ ରହିବେ ।

ଅନୁରାଧା ନକ୍ଷତ୍ର- ସୁଖ ଶାନ୍ତି ପ୍ରାପ୍ତି, ଆର୍ଥିକ ଲାଭ ସହିତ କର୍ମକ୍ଷେତ୍ରରେ ଶୁଭଫଳର ସୂଚନା ରହିବ । ମହିଳାମାନଙ୍କର ସ୍ୱାସ୍ଥ୍ୟରେ ଅବନତି ହେବ ।

ଜ୍ୟେଷ୍ଠା ନକ୍ଷତ୍ର- ସମାଜକଲ୍ୟାଣ କାର୍ଯ୍ୟ କରି ସମ୍ମାନିତ ହେବେ । ଯୋଜନାରେ ଆଶାତୀତ ଫଳ ମିଳିବ । ଅର୍ଥଚିନ୍ତା ଦୂର ହେବ ।

ଶୁଭ ରଙ୍ଗ- ଧଳା । ଚଣା ଦାନ କରନ୍ତୁ ଏବଂ କୌଣସି ଭୋକିଲାକୁ ପେଟ ପୂରା ଖାଇବାକୁ ଦିଅନ୍ତୁ ।

ଧନୁ

ମୂଳା ନକ୍ଷତ୍ର- ଆଜି କୌଣସି ଅଯଥା କଥାକୁ ନେଇ ମନ ଅଶାନ୍ତ ରହିବ । ପରିବାରରେ ଭୁଲ୍ ବୁଝିବେ ତେଣୁ ଦିନ ଭରି ସତର୍କ ରୁହନ୍ତୁ ।

ପୂର୍ବଷାଢ଼ା ନକ୍ଷତ୍ର- ଜୀବନସାଥି ସହ କିମ୍ବା କୁଟୁମ୍ବରେ, ମତାନ୍ତର କିମ୍ବା ସ୍ୱାସ୍ଥ୍ୟଚିନ୍ତା ରହିବ ଓ ଅଯଥା ଅର୍ଥବ୍ୟୟ ହେବ ।

ଉତ୍ତରାଷାଢା ନକ୍ଷତ୍ର- କୌଣସି ପ୍ରକାରର ସରକାରୀ ସହାୟତା ପ୍ରାପ୍ତ ହେବ, ଅର୍ଥଚିନ୍ତା ଦୂର ହେବ, କୃଷି ଓ ପଶୁ ପାଳନରେ ଲାଭବାନ ହେବେ ।

ଶୁଭ ରଙ୍ଗ- ସିମେଣ୍ଟ ରଙ୍ଗ । ମହାମୃତ୍ୟୁଞ୍ଜୟ ଜପ କରନ୍ତୁ ରିଷ୍ଠ ଖଣ୍ଡନ ହେବ ।

ମକର

ଉତ୍ତରାଷାଢା ନକ୍ଷତ୍ର- ପୁରୁଣା ବକେୟା ମିଳିବ ଏବଂ ଲାଗି ରହିଥିବା କୌଣସି ମାଲି ମକୋଦ୍ଦମାର ସମାଧାନ ହେବ । ଧର୍ମ କର୍ମରେ ମନ ବଳିବ ।

ଶ୍ରବଣା ନକ୍ଷତ୍ର- ଭାତୃ ସହଯୋଗ ଦ୍ୱାରା ଭୂମି କ୍ରୟର ସୁଯୋଗ ମିଳିବ । ଉଦ୍ୟମ ସିଦ୍ଧି ହେବ । ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ ହେବେ ।

ଧନିଷ୍ଠା ନକ୍ଷତ୍ର- ବନ୍ଧୁ ପରିଜନଙ୍କ ସହଯୋଗରେ ଭବିଷ୍ୟତରେ ଶୁଭକର୍ମର ସୂଚନା ପୃଷ୍ଟି ହେବ । ଜମିଜମା ସମ୍ବନ୍ଧୀୟ ଶୁଭଫଳ ମିଳିବ ।

ଶୁଭ ରଙ୍ଗ- ସବୁଜ । ଓଁ ଶଂ ଶନିଶ୍ଚରାୟ ନମଃ ମନ୍ତ୍ର ଜପନ୍ତୁ ।

କୁମ୍ଭ

ଧନିଷ୍ଠା ନକ୍ଷତ୍ର- ସର୍ବବିଧ ସୁବିଧା ସୁଯୋଗ ଲାଭ ହେବ । ମହିଳା ଏବଂ ପିଲାମାନଙ୍କୁ ମନ ମୁତାବକ ପରିବେଶ ମିଳିବ ।

ଶତଭିଷା ନକ୍ଷତ୍ର- ନୂତନ କର୍ମ ସଂସ୍ଥାନ ଆରମ୍ଭ କରିବେ । ପୂରାତନ ଋଣ ପରିଷୋଧ କରିବାର ସୁଯୋଗ ପାଇବେ । ଶୁଭ ଦିନଟିଏ ରହିବ ।

ପୂର୍ବଭାଦ୍ର ନକ୍ଷତ୍ର- କର୍ମଜୀବିମାନେ କର୍ମ କ୍ଷେତ୍ରରେ ପ୍ରସଂଶିତ ହେବେ । ଯାନବାହାନ ଆଦି ଦ୍ରବ୍ୟ ଲାଭ ହେବ ।

ଶୁଭ ରଙ୍ଗ- ହନୁମାନଙ୍କର ରଙ୍ଗ । କେଶର ଓ ଗୋରଚନା ଶିବ ଭଗବାନଙ୍କୁ ଅର୍ପଣ କରନ୍ତୁ ।

ମୀନ

ପୂର୍ବଭାଦ୍ର ନକ୍ଷତ୍ର- କୌଣସି ବିଳାସ ବ୍ୟସନ ଦ୍ରବ୍ୟ ପ୍ରାପ୍ତ ହେବ । ଯୋଗାଯୋଗ ସୃଷ୍ଟି କରୁଥିବା କିଛି ଦ୍ରବ୍ୟ କ୍ରୟ କରିବେ । ମନ ଶାନ୍ତ ରହିବ ।

ଉତ୍ତରାଭାଦ୍ର ନକ୍ଷତ୍ର- ଗୃହରେ ଶୁଭକର୍ମ ହେବ । ସନ୍ତାନ ବର୍ଗରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ଆର୍ଥିକ ଲାଭର ସୂଚନା ରହିବ ।

ରେବତୀ ନକ୍ଷତ୍ର- ଯୋଗ୍ୟତା ଏବଂ ପରିଶ୍ରମ ଅନୁଯାୟୀ ଫଳ ମିଳିବ । ମନ ଶାନ୍ତ ରହିବ, ଧାର୍ମିକ ଅନୁଷ୍ଠାନରେ ଯୋଗ ଦେବେ ।

ଶୁଭ ରଙ୍ଗ- ନୀଳ । କୌଣସି ଗରିବ ରୋଗୀକୁ ଔଷଧ ସାହାଯ୍ୟ କରନ୍ତୁ ।

ଗର୍ଗ ଜ୍ୟୋତିଷ ଶ୍ରୀପତି ଆଚାର୍ଯ୍ୟ

Leave a Reply