ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ବାବନା, ୧୦ରୁ ବଢ଼ିବ ତାପମାତ୍ରା

Low Pressure Rain To Continue Till Next Three Days Odisha

ଭୁବନେଶ୍ୱର: ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଘୂର୍ଣ୍ଣିବଳୟର ପ୍ରଭାବ । ୯ ଯାଏଁ ଭିଜିବ ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ । ବର୍ଷା ବେଳେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ତେବେ ୧୦ରୁ ପାଗରେ ପରିବର୍ତ୍ତନ ଆସିବ, ବଢ଼ିବ ତାପମାତ୍ରା ।

ଏ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଷା ହେବା ସହ ପାଗ କୋହଲା ରହିଛି । ସେହିପରି କିଛି ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ୯ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁରରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ ।

ମାଲକାନଗିରି, କୋରାପୁଟ, ରାୟଗଡ଼ାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବ । ୮ ଏବଂ ୯ ତାରିଖରେ ଉତ୍ତର, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାରେ ବର୍ଷା ହେବ । ସେପଟେ ସତର୍କ ରହିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ।

Leave a Reply