spot_img

Latest Posts

ବର୍ଷା ପରେ ଏବେ ମଞ୍ଜ ଥରାଉଛି ଲେଉଟା ଶୀତ, ୧୧ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର: ଜାଡର ମାଡ଼ରେ ଥରୁଛି ଓଡ଼ିଶା। ଉପାନ୍ତରୁ ଉପକୂଳ ସବୁଠି ଅସହ୍ୟ ଜାଡ଼। ୧୧ଡିଗ୍ରୀ ତଳକୁ ଖସିଛି ରାଜ୍ୟର ୮ଟି ସହରର ତାପମାତ୍ରା। ସେହିପରି ୨୩ସହରର ପାରା ୧୫ ଡିଗ୍ରୀ ତଳେ ରହିଛି। ୬.୫ଡିଗ୍ରୀ ସହିତ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ହୋଇଛି। ସେହିପରି ଫୁଲବାଣୀରେ ୭.୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କୋରାପୁଟର ତାପମାତ୍ରା ୯ଡିଗ୍ରୀ ରହିଥିବା ବେଳେ ଟିଟଲାଗଡ଼ ୯.୩ଡିଗ୍ରୀ, ଝାରସୁଗୁଡା ଓ କେନ୍ଦୁଝର ୯.୬ଡିଗ୍ରୀ, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୧୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଟୁଇନ ସିଟିରେ ଗତକାଲି ରାତିର ତାପମାତ୍ରା ରହିଥିଲା ୧୨ଡିଗ୍ରୀ। ତେବେ ଆସନ୍ତା ୨ ଦିନ ପରେ ସ୍ଥିତି ଆହୁରି ସଙ୍ଗୀନ ହେବ। ଆଗକୁ ଆହୁରି ଅଧିକ ପାରା ଖସିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ସିଷ୍ଟମ ନଥିବାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ।

ଏବେ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଓଡ଼ିଶାକୁ ଶୁଷ୍କ ଏବଂ ଥଣ୍ଡା ବାୟୁ ପ୍ରବାହ ଧିରେ ଧିରେ ଶକ୍ତିଶାଳୀ ହେଉଥିବାରୁ ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା କମିବା ସହ ପ୍ରବଳ ଜାଡ ହେବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସଂନ୍ଧ୍ୟା ପରଠାରୁ ବିନା ଶୀତ ବସ୍ତ୍ରରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

Latest Posts

Don't Miss