ରାଜ୍ୟରେ ଖସୁଛି ପାରଦ, ରାଜଧାନୀ ସମେତ କିଛି ସ୍ଥାନରେ କୁହୁଡ଼ି ପାଇଁ ଅନ୍ଧାରର ଭ୍ରମ

ଭୁବନେଶ୍ୱର: ରାଜ୍ୟରେ ଖସିବାରେ ଲାଗିଛି ପାରଦ ସେଥିପାଇଁ ଦିନକୁ ଦିନ ବଢ଼ୁଛି ଥଣ୍ଡା । ତେବେ ଥଣ୍ଡା ବଢ଼ିବା କାରଣରୁ ଆଜି ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତର ଦେଖାଯାଇଥିଲା ।

କୁହୁଡ଼ିର ଆସ୍ତରଣ ଅଧିକ ବହଳ କାରଣରୁ ଯାତାୟତ କରିବାରେ ଲୋକେ ବହୁ ଅସୁବିଧାର ସାମ୍ନା କରିଥିଲେ । ସମସ୍ତେ ଗାଡ଼ିରେ ଲାଇଟ ଦେବା ସହ ହର୍ଣ୍ଣ ମାରି ରାସ୍ତାରେ ଯାତାୟତ କରୁଥିଲେ ।

ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଆଜି ଜିଲ୍ଲାରେ ଘନକୁହୁଡ଼ି ଦେଖିବାକୁ ମିଳିଥିଲା । ଭୁବନେଶ୍ୱରରେ ଟ୍ରେନ୍ ଚଳାଚଳ ଠାରୁ ଆରମ୍ଭ କରି ବିମାନ ଚଳାଚଳରେ ମଧ୍ୟ ବିଳମ୍ଭ ହୋଇଛି ।

ଆଗାମୀ କିଛି ଦିନ ପାଇଁ ରାଜ୍ୟର ପାଣିପାଗ ମୁଖ୍ୟତଃ ଖରାଟିଆ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୨୧ ତାରିଖ ବେଳକୁ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

Leave a Reply