ମୁଁ ଗୋଲପୋଷ୍ଟର ମାଲିକ, କାହିଁକି ଏମିତି କହିଲେ ଭାରତୀୟ ଗୋଲ କିପର ?

1 min read
Tokyo Olympics 2020 Why Goalkeeper Pr Sreejesh Seats In Goalpost

ଟୋକିଓ: ଟୋକିଓରେ ଇତିହାସ ରଚିଛି ଭାରତ । ୪୧ ବର୍ଷ ପରେ ଭାରତ ପଦକ ଜିତିଥିବାରୁ ସାରାଦେଶରେ ଖୁସିର ମାହୋଲ । ଟୋକିଓରୁ ନେଇ ଦିଲ୍ଲୀ ସବୁଠି ହକି… ହକି… ଆଉ ହକି । ଚକ୍ ଦେ ଇଣ୍ଡିଆ ନାରାରେ ମୁଖରିତ ଗଗନପବନ । ଏହାରି ଭିତରେ ଟୋକିଓର ହକି ଷ୍ଟାଡିୟମରେ ଦେଖିବାକୁ ମିଳିଛି ରୋମାଞ୍ଚକର ଦୃଶ୍ୟ । ଜର୍ମାନୀକୁ ୫-୪ ଗୋଲରେ ହରାଇବା ପରେ ଭାରତୀୟ ହକି ଟିମ୍ ବେଶ୍ ଉତ୍ସାହିତ ରହିଛି ।

Tokyo Olympics 2020 Why Goalkeeper Pr Sreejesh Seats In Goalpost

ଟୋକିଓ ବିଜୟରେ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ଗୋଲ କିପର ପିଆର୍ ଶ୍ରୀଜେଶ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଦଳରେ ସବୁଠୁ ଅଭିଜ୍ଞ ଓ ଅନୁଭବୀ ଖେଳାଳିଙ୍କ ମଧ୍ୟରୁ ଶ୍ରୀଜେଶ ହେଉଛନ୍ତି ଅନ୍ୟତମ । ଶ୍ରୀଜେଶ ଦୀର୍ଘ ୨୧ ବର୍ଷ ହେଲା ହକି ଖେଳି ଆସୁଛନ୍ତି । ଆଉ ଅଲମ୍ପିକରେ ପଦକ ପାଇବା ନେଇ ଦେଖୁଥିବା ସ୍ୱପ୍ନ ଆଜି ପୂରଣ ହୋଇଛି ।

Tokyo Olympics 2020 Why Goalkeeper Pr Sreejesh Seats In Goalpost

ଆଉ ବିଜୟ ପରର ୟେ ହେଉଛି ଚିତ୍ର । ଏହି ଚିତ୍ର ହିଁ କହୁଛି ଭାରତୀୟ ଦଳର ଐତିହାସିକ ବିଜୟ ପରେ କେତେ ଖୁସି ଶ୍ରୀଜେଶ । ଖାଲି ଶ୍ରୀଜେଶ କାହିଁକି ବ୍ରୋଞ୍ଜ ପଦକ ପାଇବା ପରେ ଖୁସିରେ ଆତ୍ମହରା ଦଳର ପ୍ରତ୍ୟେକ ସଦସ୍ୟ । ଭାରତୀୟ ହକି ଦଳ ଜର୍ମାନୀକୁ ହରାଇବା ପରେ ଗୋଲ ପୋଷ୍ଟ ଉପରେ ବସି ପଡ଼ିଛନ୍ତି ଶ୍ରୀଜେଶ । ଏନେଇ ତାଙ୍କ ପଚରାଯିବାରୁ ସେ କହିଛନ୍ତି, ମୁଁ ଏ ଗୋଲ ପୋଷ୍ଟର ମାଲିକ । ମୋ ପାଇଁ ଗୋଲପୋଷ୍ଟ ସବୁକିଛି । ମୋ ପୂରା ଜୀବନ ଗୋଲପୋଷ୍ଟରେ ହିଁ କାଟିଛି ।

Leave a Reply