ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦଙ୍କ ଜଲୱା, ଜିତିଲେ ସ୍ୱର୍ଣ୍ଣ

2 min read
Tokyo Paralympics Pramod Bhagat Wins Gold Medal In Badminton

ଟୋକିଓ: ଟୋକିଓ ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ କମାଲ୍ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ । ଫାଇନାଲରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ରେ ହରାଇ ପ୍ରମୋଦ ପଦକ ହାତେଇଛନ୍ତି । ଏଥିସହ ଟୋକିଓ ପାରା ଅଲମ୍ପିକ୍ସରେ ଭାରତକୁ ଚତୁର୍ଥ ସ୍ୱର୍ଣ୍ଣ ପଦକ ମିଳିଛି । ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।

ପ୍ରମୋଦ ସେମି ଫାଇନାଲରେ ଜାପାନର ଡାଇସୁକେ ଫୁଜିହାରାଙ୍କୁ ୨୧-୧୧, ୨୧-୧୬ରେ ହରାଇଥିଲେ । ୫ ବର୍ଷ ବୟସରେ ପ୍ରମୋଦଙ୍କୁ ପୋଲିଓ ହୋଇଥିଲା । ପ୍ରମୋଦ ଏଯାବତ୍ ୪୫ଟି ଅନ୍ତରାଷ୍ଟ୍ରୀୟ ପଦକ ଜିତିଛନ୍ତି । ଯେଉଁଥିରେ ୪ଟି ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣପଦକ ସହ ୨୦୧୮ ଏସିଆଇ ପାରା ଖେଳରେ ଏକ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ସାମିଲ୍ ରହିଛି ।

 Tokyo Paralympics Pramod Bhagat Wins Gold Medal In Badminton

୨୦୧୯ରେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପାଇଥିଲେ ପ୍ରମୋଦ । ସେହିପରି ୨୦୧୯ରେ ରାଜ୍ୟର ପ୍ରଥମ ପାରା କ୍ରୀଡାବିତ୍ ଭାବେ ଅର୍ଜୁନ ପୁରସ୍କାର ପାଇଥିଲେ । ବରଗଡ଼ ଅତାବିରାରେ ଜନ୍ମିତ ପ୍ରମୋଦ ୧୩ ବର୍ଷରୁ ବ୍ୟାଡମିଣ୍ଟନ ଖେଳ ଆରମ୍ଭ କରିଥିଲେ ।

ଅନ୍ୟପଟେ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଭାରତକୁ ଆଉ ଏକ ପଦକ ମିଳିଛି । ମନୋଜ ସରକାର ବ୍ରୋଞ୍ଜ ପଦକ ପାଇଛନ୍ତି । ଜାପାନର ଡାଇସୁକେ ଫୁଜିହାରାଙ୍କୁ ୨୨-୧୦, ୨୧-୧୩ରେ ହରାଇ କାଂସ୍ୟ ପଦକ ଜିତିଛନ୍ତି ମନୋଜ ।

Leave a Reply