ନନ୍ଦିଘୋଷ ବ୍ୟୁରୋ : ପୁରୀ ଜିଲ୍ଲା ପିପିଲି ତେଇଶିପୁରରେ ପର୍ଯ୍ୟଟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ପର୍ଯ୍ୟଟକଙ୍କ ଭ୍ୟାନ୍। ମଧ୍ୟପ୍ରଦେଶରୁ ପ୍ରାୟ ୧୩ ଜଣ ପର୍ଯ୍ୟଟକ ଏହି ଭ୍ୟାନରେ ପୁରୀ ଯାଉଥିବାବେଳେ ଭୋରରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ପ୍ରାୟ ୭ ଜଣ ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ମଙ୍ଗଳପୁର ମେଡିକାଲ ଓ ପରେ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ପଠାଯାଇଛି। ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାର କାରଣ ଜଣାପଡିନଥିବାବେଳେ ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି।

