ନନ୍ଦିଘୋଷ ବ୍ୟୁରୋ : ଆଜି ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା । ପରମ୍ପରା ଆଗରେ ହାର ମାନିଲା ଆଧୁନିକ ସଭ୍ୟତା । ଆଧୁନିକ ସସ୍କୃତି ପରମ୍ପରା ବନାମ୍ ବିଶ୍ବାସ ବଳରେ ଶହ ଶହ ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହେବ ଶୁଲିଆ ପିଠ I ଦେଓଗାଁ ବ୍ଲକ ଖଇରଗୁଡାର ବଡଖଳା ଓ କୁମରିଆ ସାନଖଳା ଶୁଳିଆ ପୀଠରେ ପାଳିତ ହେଉଛି ଶୁଳିଆ ଯାତ୍ରା । ପରମ୍ପରା ନାଁରେ ବଳି ପଡିବେ ହଜାର ହଜାର ସଂଖ୍ୟାରେ ପଶୁପକ୍ଷୀ । ଭୋରରୁ ମୁଖ୍ୟ ପୂଜକ ଓ ଦେହୁରି ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଗାଁରୁ ଏକ ଶୋଭାଯାତ୍ରାରେ ଆସି ସୁଲିଆ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି I ଆଉ କିଛି ସମୟ ପରେ ସୁଲିଆ ବୁଢ଼ା ପୀଠରେ ପାଟ ବଳି ପଡ଼ିବ I ତା ପରେ ମାନସିକଧାରୀ ମାନେ ମାନସିକ ଅନୁସାରେ ଆଣିଥିବା ପୋଢ଼, ବେତା, କୁକୁଡ଼ା, ବତକ ବଳି ପଡିବ। ସେହିପରି କୁମୁରିଆର ସାନ ଖଳାରେ ମଧ୍ୟ ବଳି ପଡିବIପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷର ପ୍ରଥମ ମଙ୍ଗଳବାର ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ I ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଆଦିବାସୀ ପରମ୍ପରା ଅନୁସାରେ ଶୁଲିଆ ଯାତ୍ରାରେ ବଳି ପଡୁଛିI

