spot_img

Latest Posts

ପଡୋଶୀଙ୍କ ବାଡ଼ିରୁ ଫୁଲତୋଳିବା ହେଲା କାଳ ; ବିଦ୍ୟୁତ୍ ଆଘାତରେ ଆସି ଯୁବକ ମୃତ

ନନ୍ଦିଘୋଷ ବ୍ୟୁରୋ : ପଡୋଶୀଙ୍କ ବାଡ଼ିରୁ ଫୁଲତୋଳିବା ହେଲା କାଳ। ବିଦ୍ୟୁତ୍ ଆଘାତରେ ଆସି ଯୁବକ ମୃତ। ନୀଳଗିରି ଏନଏସି ୫ ନମ୍ବର ୱାର୍ଡ ସାନଓତା ଗ୍ରାମରେ ଅଭାବନୀୟ ଘଟଣା। ମୃତକ ହେଉଛନନ୍ତି ତାପସ ଦାସ। ଭୋର ସମୟରେ ପଡୋଶୀ ଦିଲ୍ଲୀପ ରାଉତଙ୍କ ଫୁଲବାଡ଼ିରେ ଫୁଲ ତୋଳିବା ପାଇଁ ଯାଇଥିଲେ ତାପସ। ହେଲେ ସେଠାରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରେ ପୂର୍ବରୁ ବିଦ୍ୟୁତ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ନୀଳଗିରି ପୁଲିସ୍ ପହଞ୍ଚି ତଦନ୍ତ କରୁଛି। ସେପଟେ ଘର ମାଲିକାଣୀ କହିଛନ୍ତି ବାଡ଼ିରେ ବିଦ୍ୟୁତ୍ ସେ ଦେଇ ନ ଥିଲେ। ଯୁବକଙ୍କ ମୃତ୍ୟୁ କିପରି ହେଲା ସେ ଜାଣିନାହାନ୍ତି।

 

Latest Posts

Don't Miss