ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶ ରାଜବାରିରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା। ପଦ୍ମା ନଦୀରେ ବସ୍ ଖସିଯିବାରୁ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି। ରାତିରେ ବସ୍ ଦୁର୍ଘଟଣା ଘଟିବା ଯୋଗୁ ଉଦ୍ଧାର ପ୍ରକ୍ରିୟା ବିଳମ୍ବ ଘଟିଥିଲା। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। କିଛି ଯାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ନୌସେନା, ପୋଲିସ ଓ ଅନ୍ୟ ବାହିନୀ ମୁତୟନ ହୋଇ ଉଦ୍ଧାର କରିଥିଲେ। ରାଜବାରି ଅନ୍ତର୍ଗତ ଦୌଲତାଦିଆରେ ଘଟିଥିଲା ଅଘଟଣ। ବସରେ ପ୍ରାୟ ୫୦ ଯାତ୍ରୀ ଥିଲେ। ଢାକାଠାରୁ ୧୨୮ କିଲୋମିଟର ଦୂରରେ ଘଟିଥିଲା ଦୁର୍ଘଟଣା। ଦୁର୍ଘଟଣାସ୍ଥଳରୁ ବସକୁ କ୍ରେନ ଜରିଆରେ ଉଠାଯାଇଥିଲା।

