spot_img

Latest Posts

ପ୍ରେମିକଙ୍କୁ ହାଣିଲା ପ୍ରେମିକାର ବାପା, ଆକ୍ରମଣରେ ପ୍ରେମିକ ମୃତ ପ୍ରେମିକା ଗୁରୁତର

ରାୟଗଡା: ପ୍ରେମିକଙ୍କୁ ହାଣିଲା ପ୍ରେମିକାର ବାପା। ଆକ୍ରମଣରେ ପ୍ରେମିକ ମୃତ ପ୍ରେମିକା ଗୁରୁତର। ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁରଥାନା ଅନ୍ତର୍ଗତ ଅଡାଯୋର ଗାଁରେ। ମୃତ ଯୁବକ ହେଲେ ମଙ୍ଗଲ ସିଂ ମାଝୀ।

ସୂଚନା ଅନୁଯାୟୀ, ପଡୋଶୀ ଅଡାଟାକିରି ଗାଁର ମଙ୍ଗଲ ସିଂ ମାଝୀ ଅଡାଯୋର୍ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯୁବତୀଙ୍କ ବାପା ଏହା ଜାଣିବା ପରେ ରାଗିଯାଇ ମଙ୍ଗଲ ସିଂଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଆକ୍ରମଣରେ ମଙ୍ଗଲଙ୍କ ମୃତ୍ଯୁ ଘଟିଛି। ନିଜ ଝିଅକୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଅଭିଯୁକ୍ତ ବିଜୟ ମାଝୀ। ଆକ୍ରମଣରେ ଝିଅର ଅବସ୍ଥାର ଗୁରୁତର। ସୂଚନା ପାଇ କାଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଝିଅକୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଯୁବତୀ ଜଣଙ୍କୁ ପ୍ରାଥମିକ ଚିକିତ୍ସାପରେ ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଆଇଛି।

Latest Posts

Don't Miss