ରିଲ୍ସ ନିଶା ହେଲା କାଳ, ଟ୍ରେନ୍ ଧକ୍କାରେ ୩ ନାବାଳକ ମୃତ

1 min read

ପଶ୍ଚିମବଙ୍ଗ: ରିଲ୍ସ ନିଶା ହେଲା କାଳ। ଟ୍ରେନ ଲାଇନରେ ଠିଆ ହୋଇ ରିଲ୍ସ କରୁଥିବା ବେଳେ ଚାଲିଗଲା ୩ ଜୀବନ। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଅଘଟଣ। ଟ୍ରେନ ଲାଇନରେ ଠିଆହୋଇ ୫ ଜଣ ଛାତ୍ର ଭିଡ଼ିଓ ଶୁଟ କରୁଥିଲେ।  ଦ୍ରୁତ ଗତିରେ ଆସୁଥିବା ଟ୍ରେନ ଧକ୍କା ଦେବାରୁ ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ୩ ଛାତ୍ର ସହ ଗୁରୁତର ୨ ଛାତ୍ରଙ୍କୁ ନିକଟରେ ଥିବା ହସ୍ପିଟାଲରେ ପହଞ୍ଚାଇଥିଲା। ମୃତ ଓ ଗୁରୁତର ସମସ୍ତ ଆହତ ଇଂଲିଶ ମହାପଡା ଗାଁର ହୋଇଥିବା ସୂଚନା। ଏନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ପୂର୍ବାଞ୍ଚଳ ରେଳ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୁଧବାର ସୁଜନିପାରା ଏବଂ ଆହିରନ ଷ୍ଟେଶନ ମଧ୍ୟରେ ନଦୀ ଉପରେ ଥିବା ରେଳ ଟ୍ରାକ ବ୍ରିଜ ଉପରେ ୭ ଜଣ ନାବାଳକ ରିଲ୍ସ କରୁଥିବା ବେଳେ ଏହି ସମୟରେ ଟ୍ରେନ ନମ୍ବର ୧୩୦୫୩ ହାୱଡା-ରାଧିକାପୁର କୁଲିକ ଏକ୍ସପ୍ରେସ ସେହି ଟ୍ରାକ ଦେଇ ଆସୁଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣ ନଦୀକୁ ଡେଇଁ ପଡିଥିବା ବେଳେ ଅନ୍ୟ ପାଞ୍ଚଜଣଙ୍କୁ ଟ୍ରେନ ଧକ୍କା ଦେଇଥିଲା। ସେମାନଙ୍କ ମଧ୍ୟରୁ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି।

ନିଜ ଜୀବନକୁ ବିପଦରେ ପକାଇ ରେଳ ଟ୍ରାକରେ ରିଲ ତିଆରି କରିବା ଭୁଲ୍। ଏହି କାରଣରୁ ଅନେକ ଦୁର୍ଘଟଣା ଅତୀତରେ ମଧ୍ୟ ଘଟିଛି।