ବନ୍ଦ ପ୍ରଭାବ: ୩ଟି ପାସେଞ୍ଜର ଟ୍ରେନ୍‌ ବାତିଲ କଲା ରେଳବାଇ

1 min read

ଖୋର୍ଦ୍ଧା:  ଦରଦାମ ବୃଦ୍ଧି, ଶ୍ରମ ମାରଣ ନୀତି, ବେକାରୀ ସମସ୍ୟା ସମେତ ମୋଟ ୧୨ ଦଫା ଦାବି ନେଇ ବିଭିନ୍ନ ଟ୍ରେଡ୍ ୟୁନିଅନ୍‌ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଛି । ଏହି ଆନ୍ଦୋଳନରେ ମୋଟ ୧୦ଟି ଟ୍ରେଡ୍‌ ୟୁନିଅନ୍‌ ସାମିଲ ହୋଇଥିବା ବେଳେ କଂଗ୍ରେସ ଓ ସମାଜବାଦ ପାର୍ଟି ଏହାକୁ ସମର୍ଥନ କରିଛନ୍ତି । ବନ୍ଦ ପାଳନ ଯୋଗୁଁ ଜନ ଜୀବନ ପ୍ରଭାବିତ ହୋଇଛି । ଟ୍ରେଡ୍‌ ୟୁନିଅନ୍ କର୍ମକର୍ତ୍ତା ବିଭିନ୍ନ ଷ୍ଟେସନ୍‌ରେ ଟ୍ରେନ୍‌ ଅଟକାଇବ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାହାଫଳରେ ଟ୍ରେନ୍ ଚଳାଚଳରେ ବିଳମ୍ୱ ହୋଇଥିବା ବେଳେ କିଛି ଟ୍ରେନ୍ ଚଳାଚଳକୁ ବାତିଲ କରିଛି ରେଳବାଇ । କଟକ-ଭଦ୍ରକ-କଟକ ପାସେଞ୍ଜର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର, ପରାଦୀପ-କଟକ-ପରାଦୀପ ପାସେଞ୍ଜରକୁ ବାତିଲ କରାଯାଇଛି ।

ଅପରପକ୍ଷରେ ଟ୍ରେନ୍ ଯାତ୍ରା ନେଇ ବହୁ ସମୟ ଧରି ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିିଥିବା ବେଳେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଷ୍ଟେସନ୍‌କୁ ଯିବା ପାଇଁ ମଧ୍ୟ ଯାତ୍ରୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଅଟୋ ଚଳାଚଳ ସେତେଟା ସ୍ୱାଭାବିକ ନଥିଲା । ଅଳ୍ପ କିଛି ଅଟୋ ଚଳାଚଳ କରୁଥିବା ବେଳେ ସେମାନେ ଅନ୍ୟ ଦିନମାନଙ୍କ ଅପେକ୍ଷା ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେଉଥିବା ଦେଖିବାକୁ ମିଳିଛି ।

ବନ୍ଦ ପାଳନ ଯୋଗୁଁ ପଶ୍ଚିମବଙ୍ଗରେ ସର୍ବାଧିକ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି । ଏଯାଏଁ ମୋଟ ୪୧ଟି ଟ୍ରେନ୍‌ ବାତିଲ ହୋଇଥିବା ସୂଚନା ରହିଛି । ତେବେ ସରକାର ଅଫିସ ଗୁଡ଼ିକରେ ବନ୍ଦର ପ୍ରଭାବ ଦେଖିବକୁ ମିଳିନି । ପ୍ରାୟ ୯୦%ରୁ ଅଧିକ କର୍ମଚାରୀ ଉପସ୍ଥିତ ରହିଛନ୍ତି ।

 

Leave a Reply