ଆପୋଲ ହସ୍ପିଟାଲରେ ଥିଲେ ମେଦିନାପୁରର କରୋନା ଆକ୍ରାନ୍ତ

1 min read

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଥିବା ପଶ୍ଚିମବଙ୍ଗର ସଂକ୍ରମିତ ବ୍ୟକ୍ତିଙ୍କ ଯାତ୍ରା ବିବରଣୀକୁ ସରକାର ପ୍ରକାଶ କରିଛନ୍ତି । ମେଦିନାପୁର ଅଞ୍ଚଳର ୭୦ବର୍ଷୀୟ ବ୍ୟକ୍ତି ଗତ ୭ତାରିଖ ଦିନ ପଶ୍ଚିମ ମେଦିନାପୁରରୁ ଆସି ଭୁବନେଶ୍ୱରସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ସେ ବାଲେଶ୍ୱର ବାଇପାସ୍ ନିକଟରେ ଏକ ଚା ଦୋକାନାରେ ଓହ୍ଲାଇଥିଲେ । ତେବେ ୭ ତାରିଖ ରାତିରେ ଆପୋଲୋରେ ଭର୍ତ୍ତି ହେବା ପରେ ୮ ତାରିଖ ସକାଳୁ ଆଇସୋଲେସନ୍‌ ୱାର୍ଡକୁ ସ୍ଥାନାନ୍ତର ହୋଇଥିଲେ । ୯ ଏପ୍ରିଲ୍‌ ଅର୍ଥାତ୍‌ ଆଜି ତାଙ୍କର କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ଆସିଥିଲା । ଏହାପରେ ତାଙ୍କୁ ତୁରନ୍ତ କିମ୍ସ ସ୍ଥିତ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

 

ସେହିପରି ଢେଙ୍କାନାଳରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ମହିଳାଙ୍କ ବୟସ ୫୧ ବର୍ଷ । ମାର୍ଚ୍ଚ ମାସ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ସେ ଦିଲ୍ଲୀରେ ଥିଲେ । ଏହି ସମୟରେ ସେ ନିଜାମୁଦ୍ଦିନ୍ ତବିଲିଗରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ୧୮ ମାର୍ଚ୍ଚରୁ ୨ ଏପ୍ରିଲ୍‌ ପର୍ଯ୍ୟନ୍ତ ସେ ଢ଼େଙ୍କାନାଳ ମୀନାବଜାରସ୍ଥିତ ନିଜ ଘରେ ରହିଛନ୍ତି । ଏପ୍ରିଲ୍‌ ୩ ତାରିଖରୁ ତାଙ୍କୁ ଘରୁ ନେଇ ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରର ୯ ନମ୍ବର ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେହି ସମୟ ଭିତରେ ତାଙ୍କ ପାଖରେ କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ପରୀକ୍ଷା ପାଇଁ ନମୁନା ପଠାଯାଇଥିଲା । ଗତକାଲି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଅଶ୍ୱିନୀ ହସ୍ପିଟାଲସ୍ଥିତ କୋଭିଡ୍‌-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave a Reply