ନାଗାର୍ଜୁନ ବେଶ ପରେ ଆଜି ମହାପ୍ରଭୁଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପରେ ଆଜି ଶୁକ୍ଳ ତ୍ରୟୋଦଶୀ ତିଥି । ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର  ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହୋଇଛନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀଜିଉ  ତ୍ରିବିକ୍ରମ ବେଶରେ ବିଭୂଷିତ ହୋଇ ଦର୍ଶନ ଦେଉଛନ୍ତି । ଏହି ବେଶରେ ମହାପ୍ରଭୁ ଚୁଳ ଧାରଣ କରିଥାନ୍ତି । ଚୁଳରେ ସ୍ଵର୍ଣ ଅଳଙ୍କାର ଭଳି ସୋଲର ଡାଳି ସହ ସ୍ୱର୍ଣ୍ଣ କିଆ  ଲାଗି କରାଯାଇଥାଏ । ଏଥି ସହିତ ହରିଡ଼ା ମାଳି, ବାହାଡା ମାଳି, ଶ୍ରୀ ପୟର ଶ୍ରୀଭୁଜ ଆଦି ବିବିଧ ସୁବର୍ଣ୍ଣ ଅଳଙ୍କାରରେ ମହାପ୍ରଭୁଙ୍କୁ ବିଭୂଷିତ କରାଯିବ । କୋଭିଡ କଟକଣା ପାଇଁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି ।

Leave a Reply