ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ପୁଅ ବାହାଘରେ ବାପା ମୃତ

ମାଲକାନଗିରି: ଚାଲିଥିଲା ରୋଷଣୀ । ବର ସାଜିଥିଲା ପୁଅ, ନାଚୁଥିଲେ ବରଯାତ୍ରୀ । ସମସ୍ତେ ବେଶ୍ ଖୁସିରେ ଥିଲେ , ପୁଅର ବାହାଘରେ ବାପା ମଧ୍ୟ ସବୁ କଥା ବୁଝିବା ସହ ଖୁସିକୁ ଉପଭୋଗ କରୁଥିୁଲେ । ହେଲେ କ୍ଷଣିକରେ ବିଗିଡ଼ିଗଲା ସବୁକିଛି ।  ହଠାତ ମାଡ଼ି ଆସିଲା କାଳରୂପୀ ଟ୍ରକ୍ । ନାଚରେ ମସଗୁଲ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ  । ଆଉ ଖୁସିରେ ଚାପିଦେଲା ବାପାକୁ । ଆଉ ଦେଖିଲା ବେଳକୁ…

ବରଯାତ୍ରୀ ଗାଡ଼ି ଉପରେ ମାଡ଼ିଗଲା ଟ୍ରକ  । ମାଲକାନଗିରି ଥାନା ଅନ୍ତର୍ଗତ ପାଣ୍ଡ୍ରିପାଣିରେ ଘଟିଛି ଅଘଟଣ । ମିଳିଥିବା ସୂଚନା ମୁତାବକ ବରଯାତ୍ରୀଙ୍କ ଗାଡ଼ି ଉପରେ  ମାଡିଯାଇଛି ଏକ  ଟ୍ରକ । ଟ୍ରକ ମାଡିଯିବା ଫଳରେ ୨ ଜଣକ ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ପାଣ୍ଡ୍ରିପାଣି ସରପଞ୍ଚ ।ଆହତଙ୍କୁ ପାଣ୍ଡ୍ରିପାଣି ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି ।

ପାଣ୍ଡ୍ରିପାଣି ଗାଁ ନିକଟରେ ବାହାଘର ଚାଲିଥିବାବେଳେ ବରଯାତ୍ରୀ ପଟୁଆରରେ ଯାଉଥିଲେ  । ଠିକ ଏହି ସମୟରେ ରାସ୍ତାରେ ଏକ ଟ୍ରକ ଯାଉଥିଲା  । ଏବଂ ରାସ୍ତା ପାର୍ଶ୍ୱରେ ପଟୁଆରରେ ଯାଉଥିବା ବରଯାତ୍ରୀଙ୍କ ଉପରକୁ ଏହି ଟ୍ରକଟି ମାଡ଼ି ଯାଇଥିଲା  ।  ସେପଟେ ଟ୍ରକ ଡ୍ରାଇଭରକୁ ଅଟକ ରଖି ନିର୍ଧୁମ ମାଡ଼ ମାରିଛନ୍ତି ଗାଁ ଲୋକେ । ଖବର ଅନୁଯାୟୀ ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁଙ୍କ ପୁଅର ବାହାଘର ପାଇଁ ଯାଉଥିଲେ ବରଯାତ୍ରୀ  । ଏହି ଦୁର୍ଘଟଣାରେ ଖୋଦ ବରର ପିତା ଅର୍ଥାତ ପାଣ୍ଡ୍ରିପାଣି ସରପଞ୍ଚଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି  ।

 

Leave a Reply