ଓଲଟି ପଡିଲା ଟ୍ରକ୍, ଆହତଙ୍କୁ ଉଦ୍ଧାର କରିବା ବଦଳରେ ରାସନ ଲୁଟିନେଲେ ଲୋକ

1 min read

ବାଲେଶ୍ୱର: ଦୁର୍ଘଟଣା ସ୍ଥାନରେ ଲୋକେ ଭୁଲିଗଲେ ମାନବିକତା । ରାସ୍ତା ତଳକୁ ଓଲଟି ପଡିଥିଲା ଟ୍ରକ୍‌ । ଆହତଙ୍କୁ ଉଦ୍ଧାର କରିବା ବଦଳରେ ରାସନ ସାମଗ୍ରୀ ଲୁଟିବାରେ ଲାଗିଲେ ଲୋକେ । ବାଲେଶ୍ୱର ଜିଲ୍ଲା ନାଇକବନ୍ଧ ଛକ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଭାରସାମ୍ୟ ହରାଇ ରାସନ ନେଇ ଯାଉଥିବା ଏକ ଟ୍ରକ୍ ଓଲଟିପଡିଥିଲା । ରାସନ ସାମଗ୍ରୀ ନେଇ ଭଦ୍ରକରୁ ବାଲେଶ୍ୱର ଯାଉଥିବା ଟ୍ରକଟି ନୟନଜୋର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଗାଡି ଓଲଟିବା ପରେ ଟ୍ରକ୍ ଭିତରେ ଡ୍ରାଇଭର ଓ ହେଲ୍ପର ଫସିରହିଥିଲେ । ତେବେ ଗାଡ଼ିରୁ ଆହତଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ସ୍ଥାନୀୟ ଲୋକେ ଗାଡ଼ିରେ ଥିବା ସାମଗ୍ରୀକୁ ଲୁଟିବାରେ ଲାଗିଥିଲେ । ଯିଏ  ଯାହା ପାରିଲା, ହାତରେ ଧରି ଚାଲିଲା । କିଏ ବ୍ୟାଗରେ ତ କିଏ ହାତରେ, ରାସନ ସାମଗ୍ରୀ ବୋହି ନେଇଥିଲେ । ଆଖପାଖ ଲୋକଙ୍କ ସହ ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ଅଟକି ଯାଇ ସାମଗ୍ରୀ ବୋହିନେଇଥିଲେ ।

https://www.facebook.com/NandighoshaTV/videos/988388588347057/

ଦୁର୍ଘଟଣାରେ ଗୁରୁତରଙ୍କ କଥା ସମସ୍ତେ ଭୁଲି ଯାଇଥିଲେ ।  ଖବର ପାଇ ସୋର ପୋଲିସ ସ୍ଥଳରେ ପହଞ୍ଚିଥିଲା । ଡ୍ରାଇଭର୍ ଓ ହେଲ୍‌ପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ପଠାଇବା ସହ ଟ୍ରକକୁ ଜବତ କରି ତଦନ୍ତ କରୁଛି ।

(ତପୋଧନ ବାରିକ୍)

Leave a Reply