ଦେଖୁ ଦେଖୁ ଚାଲିଗଲା ୨ ଜଣଙ୍କ ଜୀବନ

କେନ୍ଦୁଝର: ମୃତ୍ୟୁ କେତେବେଳେ କେଉଁଠି ଆସେ କାହାକୁ ଜଣାନଥାଏ । ଚାହୁଁ ଚାହୁଁ ଚାଲିଯାଏ ଜୀବନ । ଦୋକାନରେ ବସି କିଣାବିକା କରୁଥିବା ବେଳେ ମାଡ଼ିଗଲ ଟ୍ରକ୍ । ଚାଲିଗଲା ୨ ଜଣଙ୍କ ପ୍ରାଣ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଛକରେ । ଓଏମସି ଖଣିରୁ ମାଲ୍ ପରିବହନ କରିବାକୁ ଏକ ଟ୍ରକ୍ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଦୋକାନ ଘରକୁ ପଶି ଯାଇଥିଲା ।

Truck Crossed In Shop Keounjhar, 2 Dead

ଫଳରେ ଦୋକାନରେ ବସିଥିବା ମାଲିକଙ୍କ ସହ ଟ୍ରକ୍ ହେଲପରଙ୍କ ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସୌଭାଗ୍ୟବଶତଃ ଦୁର୍ଘଟଣାବେଳେ ଦୋକାନରେ ଗ୍ରାହକଙ୍କ ଭିଡ଼ ନଥିଲା । ଦୋକାନରେ ଭିଡ଼ଥିଲେ ମୃତାହତଙ୍କ ସଂଖ୍ୟା ଅଧିକ ହୋଇଥାନ୍ତା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଦୋକାନ ଘରଟିର କାନ୍ଥ ଭାଙ୍ଗି ଯାଇଛି ।

Leave a Reply