ନନ୍ଦିଘୋଷ ବ୍ୟୁରୋ : ଇରାନ ସହ ବିବାଦ ଭିତରେ ପୁଣି ଥରେ ଟ୍ରମ୍ପ ଦେଲେ ଟାରିଫ୍ ଧମକ। ଇରାନ ସହ ବ୍ୟବସାୟ କରୁଥିବା ଦେଶଗୁଡ଼ିକୁ ଏହି ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ଇରାନ ସହ ବ୍ୟବସାୟ କଲେ ଦେବାକୁ ପଡ଼ିବ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ।ନିଜ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ କରି ପୁଣିଥରେ ଟାରିଫ ଧମକ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ତୁରନ୍ତ ତାଙ୍କର ଏହି ନିର୍ଦ୍ଦେଶ ଲାଗୁ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଏବେ ଯେଉଁ ଦେଶ ଇରାନ ସହ ବ୍ୟାପାର କରିବା ସହ ଆମେରିକା ସହ ବ୍ୟାପାର କଲେ ଦେବାକୁ ପଡିବ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ। ସେପଟେ ଇରାନରେ ଜାରି ରହିଛି ଜନଆନ୍ଦୋଳନ। ଇରାନ୍ର ସୁପ୍ରିମ୍ ଲିଡର୍ ଖାମେମେଇ ସରକାର ବିରୋଧରେ ରାଜରାସ୍ତାରେ ଇରାନ୍ ବାସିନ୍ଦା। ଆନ୍ଦୋଳନ ତୃତୀୟ ସପ୍ତାହରେ ପହଞ୍ଚିଥିବାବେଳେ ସୁରକ୍ଷାକର୍ମୀ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଉଗ୍ରରୂପ ନେବାରେ ଲାଗିଛି। ଇରାନ୍ରେ ବର୍ତ୍ତମାନ ସୁଦ୍ଧା ୬୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ପ୍ରଦର୍ଶନକାରୀଙ୍କ ଉପରେ ବଳପ୍ରୟୋଗ ନକରିବାକୁ ଟ୍ରମ୍ପ ଇରାନକୁ ଧମକ ଦେଇଛନ୍ତି। ସାଧାରଣ ଜନତାଙ୍କୁ ହତ୍ୟା କରାଗଲେ ଆମେରିକା ଚୁପ୍ ବସିବ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି

