ଗାଜାରେ ଶାନ୍ତି ପ୍ରତିଷ୍ଠା ଲାଗି ଆମେରିକା ଟ୍ରମ୍ପ ପ୍ରଶାସନର ୨୧ ସୂତ୍ରୀ ପ୍ରସ୍ତାବ

ନନ୍ଦିଘୋଷ ବ୍ୟୁରୋ : ଗାଜାରେ ଶାନ୍ତି ପ୍ରତିଷ୍ଠା ଲାଗି ଆମେରିକା ଟ୍ରମ୍ପ ପ୍ରଶାସନର ୨୧ ସୂତ୍ରୀ ପ୍ରସ୍ତାବ । ଇସ୍ରାଏଲ ଓ ଗାଜା ମଧ୍ୟରେ ଚାଲିଥିବା ଲଢ଼େଇର ଅନ୍ତ ଘଟାଇବା ଲାଗି ଟ୍ରମ୍ପ ପ୍ରଶାସନ ବିଶେଷ ଉଦ୍ୟମ କରିଛି । ଆରବ ରାଷ୍ଟ୍ର ସମୂହର ନେତାମାନଙ୍କୁ ଟ୍ରମ୍ପ ପ୍ରଶାସନ ଏହି ପ୍ରସ୍ତାବ ଦେଇଛି । ସେପଟେ ପାଲେଷ୍ଟାଇନକୁ କିଛି ପାଶ୍ଚାତ୍ୟ ରାଷ୍ଟ୍ର ଯେଉଁ ସ୍ବୀକୃତି ପ୍ରଦାନ କରିଛନ୍ତି ତାହାକୁ ବିରୋଧ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ପାଲେଷ୍ଟାଇନକୁ ବ୍ରିଟେନ, ଫ୍ରାନ୍ସ, କାନାଡା, ଅଷ୍ଟ୍ରେଲିଆ ସ୍ବୀକୃତି ଦେଇଥିବାରୁ ତାହାକୁ ବିରୋଧ କରିଛି ଇସ୍ରାଏଲ । ତେବେ ଏହି ସବୁ ରାଷ୍ଟ୍ରର ପଦକ୍ଷେପକୁ ବିରୋଧ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଏହି ସ୍ବୀକୃତି ପ୍ରଦାନର ଅର୍ଥ ହମାସ ଆତଙ୍କୀ ସଂଗଠନକୁ ସମର୍ଥନ ଦେବା ବୋଲି କହିଛନ୍ତି ଟ୍ରମ୍ପ । ସେପଟେ ଗାଜାର ବିଭିନ୍ନ ସ୍ଥାନରେ ସହାୟତା ଦେବା ଲାଗି ଇଟାଲୀ ନୌଜାହାଜକୁ ପଠାଇଥିବା ସୂଚନା ମିଳିଛି । ଇସ୍ରାଏଲ ହମଲାରେ ନଷ୍ଟ ହୋଇଥିବା ଅଞ୍ଚଳରେ ଏହି ସହାୟତା ବଣ୍ଟନ କରାଯିବ ।